ସୁରକ୍ଷା କର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ମୃତ, ଜଣେ ଆହତ

ଇସଲାମାବାଦ,୩।୭: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ପ୍ରମୁଖ ପଦବୀ ଅଧିକାରୀଙ୍କ ସମେତ ଦୁଇ ଯବାନଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା ବାହିନୀ ପ୍ରଦେଶର ବାଲୋର ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀର କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା ପରେ ଏହି ଏନକାଉଣ୍ଟର ହୋଇଥିଲା।

ଅଧିକାରୀଙ୍କ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ଆତଙ୍କବାଦୀ ସୁରକ୍ଷା ବାହିନୀ ଏବଂ ସ୍ଥାନୀୟ ଲୋକଙ୍କୁ ଅନେକ ଥର ଆକ୍ରମଣ କରିଛି। ଆତଙ୍କବାଦୀମାନେ ହୋଶାବ ଅଞ୍ଚଳରେ ହୋଇଥିବା ବିସ୍ଫୋରଣରେ ମଧ୍ୟ ସମ୍ପୃକ୍ତ ଥିଲେ।

Share