Categories: ଜାତୀୟ

ଏଫ୍‌ଏଟିଏଫ୍‌ ଗ୍ରେ ଲିଷ୍ଟରେ ପାକିସ୍ତାନ

ନୂଆଦିଲ୍ଲୀ, ୨୪ା୧୦: ପାକିସ୍ତାନ ପୁଣି ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌)ର ଗ୍ରେ ତାଲିକାରେ ରହିଛି। ଆତଙ୍କବାଦ ରୋକିବା ଲାଗି ୨୭ଟିରୁ ୬ଟି ନିର୍ଦ୍ଦେଶ ପାଳନ କରି ନ ଥିବାରୁ ପୁଣି ତାକୁ ଗ୍ରେ ତାଲିକାରେ ରଖାଯାଇଛି। ଏଫ୍‌ଏଟିଏଫ୍‌ର ୨୧ଟି ନିର୍ଦ୍ଦେଶ ପାଳନ କରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା କୁହାଯାଇଛି। ତେବେ ଅଧିକ କିଛି କରିବାକୁ ପଡ଼ିବ। ୨୦୨୧ ଫେବୃୟାରୀ ସୁଦ୍ଧା ସମସ୍ତ ନିର୍ଦ୍ଦେଶ ଅନୁପାଳନ ନ କଲେ ପାକିସ୍ତାନ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି ବୋଲି ବୈଠକ ପରେ କୁହାଯାଇଛି। ଆତଙ୍କବାଦୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣକରିବା, ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ବନ୍ଦକରିବା, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଆଦି କାର୍ଯ୍ୟ ପାକିସ୍ତାନ କରିବା ଉଚିତ ବୋଲି ଏଫ୍‌ଏଟିଏଫ୍‌ ପକ୍ଷରୁ କୁହାଯାଇଛି।

Share