Categories: ଖେଳ

ପାକିସ୍ତାନ ନମ୍ବର ୧

ନୂଆଦିଲ୍ଲୀ,୨୮।୮:ଏସିଆ କପ ପୂର୍ବରୁ ପାକିସ୍ତାନ ଦଳ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛି। ଦୁଇଟି ବଡ ଟୁର୍ନାମେଣ୍ଟ ପୂର୍ବରୁ ପାକିସ୍ତାନର ଏହି ସଫଳତା ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜକୁ ୩-୦ରେ ଜିତିବା ପରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦିନିକିଆ ର଼୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅଧିକାର କରିଛି। ଏହାପୂର୍ବରୁ ଏହି ଦଳ ଗତ ମେ ମାସରେ ଦିନିକିଆ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିଲା।
ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନ ଦିନିକିଆ ଫର୍ମାଟରେ ନିଜର ଆଭିପତ୍ୟ ବଜାୟ ରଖିଛି। ୨୦୨୨ ସିଜନରେ ୱେଷ୍ଟଇଣ୍ଡିଜକୁ ଘରେ ଏବଂ ନେଦରଲ୍ୟାଣ୍ଡକୁ ସେମାନଙ୍କ ମାଟିରେ ପରାସ୍ତ କରିଥିେ। ଏହା ପରେ ପାକିସ୍ତାନ ଜାନୁଆରୀ ୨୦୨୩ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସିରିଜ ଜିତିଥିଲା। ବର୍ତ୍ତମାନ ଆଫଗାନିସ୍ତାନ ବିପକ୍ଷରେ ୨-୦ ସିରିଜ ବିଜୟ ସହ ଏହି ଦଳ ଦିନିକିଆ ର଼୍ୟାଙ୍କଙ୍ଗ୍‌ର ଶୀର୍ଷରେ ପହଞ୍ଚିଛି।
ଆଫଗାନିସ୍ତାନ ସହିତ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ୧୧୮ ରେଟିଂ ପଏଣ୍ଟ ସହ ର଼୍ୟାଙ୍କିଙ୍ଗର ଶୀର୍ଷରେ ଥିବାବେଳେ ପାକିସ୍ତାନ ୧୧୫.୮ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିଲା। ବର୍ତ୍ତମାନ ୧୧୮.୪୮ ରେଟିଂ ପଏଣ୍ଟ ସହ ପାକିସ୍ତାନ ଶୀର୍ଷରେ ଥିବାବେଳେ ଅଷ୍ଟ୍ରେଲିଆର ପଏଣ୍ଟରେ କୌଣସି ପରିବର୍ତ୍ତନ ହୋଇନାହିଁ ଏବଂ ଏହି ଦଳ ଦ୍ୱିତୀୟ ସ୍ଥାନରେ ରହିଛି।୧୧୩ ପଏଣ୍ଟ ସହ ଭାରତୀୟ ଦଳ ତୃତୀୟ ସ୍ଥାନରେ ରହିଛି ।

Share