ଇସଲାମାବାଦ,୧୬।୫: ପାକିସ୍ତାନ ବିଧାନସଭାରେ ବିରୋଧୀ ଦଳର ନେତା ରାଜା ରିଆଜ ଅହମ୍ମଦ ଖାନ ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟଙ୍କ ଦ୍ୱାରା ଜାମିନ ପ୍ରଦାନ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଏହା ଉପରେ ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ।
ରିୟାଜ ଅହମ୍ମଦ ଖାନ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଜାମିନ ଦେବା ପରିବର୍ତ୍ତେ ଫାଶୀ ଦିଆଯିବା ଉଚିତ, କିନ୍ତୁ କୋର୍ଟ ତାଙ୍କୁ ସ୍ବାଗତ କରୁଛନ୍ତି ଯେପରି ସେ ତାଙ୍କ ପୁତୁରା। ବିରୋଧୀଦଳର ନେତା କହିଛନ୍ତି ଯେ ଯଦି ବିଚାରପତି ଏହି ୟିହୂଦୀ ଏଜେଣ୍ଟ (ଇମ୍ରାନ ଖାନ)ଙ୍କ ଉପରେ ଏତେ ଖୁସି, ତେବେ ସେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ରେ ଯୋଗଦେବା ଠିକ ହେବ।