Categories: ଖେଳ

ଟସ୍‌ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି: ନ୍ୟୁଜିଲାଣ୍ଡର ବ୍ୟାଟିଂ ଜାରି…

ବେଙ୍ଗାଲୁରୁ,୪।୧୧: ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୦୨୩ କ୍ରିକେଟ ବିଶ୍ୱକପର ଶନିବାର ଖେଳାଯାଉଥିବା ୩୫ତମ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି। ୩ ଓଭର ଖେଳ ସୁଦ୍ଧା ନ୍ୟୁଜିଲାଣ୍ଡ ବିନା କୌଣସି ଉଇକେଟ ହରାଇ ୧୬ ରନ୍‌ କରିଛି।

ଅନ୍ୟପକ୍ଷେ ଏହି ମ୍ୟାଚଟି ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱବହନ କରୁଛି। କାରଣ କ୍ରମାଗତ ୪ ବିଜୟ ପରେ ୩ ପରାଜୟ ବରଣ କରି ନ୍ୟୁଜିଲାଣ୍ଡ ଆଶା ଓ ଆଶଙ୍କା ମଧ୍ୟରେ ରହିଛି। କାରଣ ଆଉ ଗୋଟିଏ ମ୍ୟାଚ ହାରିଲେ ଦଳପାଇଁ ଟପ୍‌-୪ରେ ରହିବା କଷ୍ଟକର ହୋଇପଡ଼ିବ। ଅନ୍ୟପକ୍ଷେ ପ୍ରତିଯୋଗିତାରେ ପାକିସ୍ତାନ ସ୍ଥିର ପ୍ରଦର୍ଶନ ଦେଇପାରି ନାହିଁ। ୭ ମ୍ୟାଚରୁ ଦଳ ମାତ୍ର ୩ଟି ମ୍ୟାଚ୍‌ରେ ବିଜୟ ହାସଲ କରିପାରିଛି। ଆଗାମୀ ମ୍ୟାଚରେ ଯଦି ଦଳ ପରାଜିତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିବ। ତେଣୁ ଏହି ମ୍ୟାଚଟି ଉଭୟ ଦଳ ପାଇଁ ‘କର ଅବା ମର’ ସ୍ଥିତି ସୃଷ୍ଟି କରିଛି।

Share