ଜୀବନସାଥି ବିଦେଶି ହୋଇଥିଲେ ମିଳିବ ନାହିଁ କରୋନା ଟିକା

ଇସ୍‌ଲାମାବାଦ,୯ ।୩: ପାକିସ୍ତାନରେ ବୁଧବାର ଅର୍ଥାତ୍ ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ କାର୍ଯ୍ୟକ୍ରମ । ଏଥିରେ କିନ୍ତୁ ସେହି ବରିଷ୍ଠ ନାଗରିକଙ୍କୁ ସାମିଲ କରାଯାଇ ନାହିଁ ଯେଉଁମାନେ ପାକିସ୍ତାନୀ ଅରିଜିନ୍ କାର୍ଡ ହୋଲଡର । ସରକାର ଏମାନଙ୍କୁ କରୋନା ଟିକା ନ ଦେବାକୁ ନିଷ୍ପତ୍ତି କରିଛନ୍ତି । ଏହାସହ ଯେଉଁ ପାକିସ୍ତାନୀ ନାଗରିକଙ୍କ ଜୀବନସାଥି ବିଦେଶୀ ସେମାନେ ବି କରୋନା ଟିକାରୁ ବଞ୍ଚିତ ରହିବେ ବୋଲି ଜଣାପଡିଛି । ପାକିସ୍ତାନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟସେବା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ମିଳିଛି । ମନ୍ତ୍ରଣାଳୟ କହିଛି କି ଦେଶରେ ଏହି କାର୍ଡଧରୀଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଜାଭେଦ ଅଖତର ନାମକ ଜଣେ ପାକିସ୍ତାନୀ ବରିଷ୍ଠ ନାଗରିକ କହିଛନ୍ତି ଯେତେବେଳେ ସେ କରୋନା ଟିକାକରଣ ପାଇଁ ନିଜ ନାମ ରେଜିଷ୍ଟ୍ରେଶନ କଲେ ସେତେବେଳେ ତାଙ୍କୁ କିଛି ଅସୁବିଧା ହୋଇନାର୍ହି । ହେଲେ ଯେତେବେଳେ ସେ ତାଙ୍କ ପତ୍ନୀଙ୍କ ନାମ ରେଜିଷ୍ଟ୍ରେଶନ ପାଇଁ ଚାହିଁଲେ ତାହା ହୋଇ ପାରିଲା ନାହିଁ । କାରଣ ତାଙ୍କ ପତ୍ନୀ ଆମେରିକୀୟ । ହେଲେ ସେ ବହୁବର୍ଷ ହେଲା ପାକିସ୍ତାନରେ ରହୁଥିଲେ ବି ଏହା ସମ୍ଭବ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।

Share