ଭ୍ୟାନ୍‌-କାର୍‌ ଧକ୍କା: ଶିଶୁ ସମେତ ୮ ମୃତ

ଇସଲାମାବାଦ,୨୯।୭: ଗିଲଗିଟ-ବାଲ୍ଟିସ୍ତାନର ଡାଇମର୍‌ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ ଏକ କାର୍‌ ସହ ଧକ୍କା ହେବାରୁ ଏକ ଶିଶୁ ସମେତ ପ୍ରାୟ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ଚିଲାସ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି) ୱାଜିର ଲିଆକାଟଙ୍କ ଅନୁଯାୟୀ, ଏହି ଭ୍ୟାନଟି ସାହିୱାଲରୁ ଗିଲଗିଟକୁ ୧୬ଜଣ ପର୍ଯ୍ୟଟକଙ୍କ ସହ ଯାଉଥିଲା।

Share