ଇମ୍ରାନ୍‌ଙ୍କ ପାଇଁ ବଢିଲା ସମସ୍ୟା, ପିଟିଆଇକୁ ନିର୍ବାଚନ ଚିହ୍ନରୁ ବଞ୍ଚିତ କରିପାରନ୍ତି ଇସିପି

ଇସଲାମାବାଦ,୩।୮: ପାକିସ୍ତାନ ନିର୍ବାଚନ ଆୟୋଗ (ଇସିପି) ଇମ୍ରାନ୍‌ ଖାନଙ୍କ ପିଟିଆଇକୁ ଚେତାବନୀ ଦେଇ କହିଛନ୍ତି, ପାର୍ଟୀ ନିର୍ବାଚନ କରିବାରେ ବିଫଳ ହେବା ଉପରେ ଭବିଷ୍ୟତରେ ନିର୍ବାଚନ ଚିହ୍ନ ପାଇଁ ଅଯୋଗ୍ୟ ହୋଇପାରେ। ବୁଧବାର କମିଶନ ପିଟିଆଇ ମୁଖ୍ୟ ଇମ୍ରାନ୍‌ଙ୍କୁ ସମନ ଜାରି କରି ଶୁକ୍ରବାର ହାଜର ହେବାକୁ କହିଛନ୍ତି।

ରିପୋର୍ଟ ଅନୁଯାୟୀ, ଇସିପି ବୁଧବାର ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ) ପାର୍ଟିକୁ ନିର୍ବାଚନ ଅଧିନିୟମର ଧାରା ୨୧୫ (୫) ଅନୁଯାୟୀ ବିଜ୍ଞପ୍ତି ଜାରି କରିଛନ୍ତି। ଇସିପି ପୂର୍ବରୁ ଏକ ବିଜ୍ଞପ୍ତି ଜାରି କରି କରି କହିଥିଲେ ଯେ, ଦଳର ସମ୍ବିଧାନ ଅନୁଯାୟୀ, ପିଟିଆଇ ମଧ୍ୟରେ ନିର୍ବାଚନ ୨୦୨୧ ଜୁନ ୧୩ରୁ ବିଚାରାଧୀନ ଅଛି।

ନିର୍ବାଚନ ଆୟୋଗ କହିଛନ୍ତି ଯେ ଗତ ବର୍ଷ ମେ’ରେ ପିଟିଆଇକୁ ଚୂଡ଼ାନ୍ତ ବିଜ୍ଞପ୍ତି ଦିଆଯାଇଥିଲା ଯେଉଁଥିରେ ବର୍ଦ୍ଧିତ ତାରିଖ ଭାବରେ ୧୩ଜୁନ ୨୦୨୨ପର୍ଯ୍ୟନ୍ତ ନିର୍ବାଚନ କରିବାକୁ ସମୟ ଦିଆଯାଇଥିଲା। ଏଥିସହ କୁହାଯାଇଥିଲା ଥିଲା ଯେ ସମୟ ଆଗକୁ ବଢାଯିବନାହିଁ ।

 

Share