ଇସଲାମାବାଦ,୨୯।୪: ପାକିସ୍ତାନରୁ ଏକ ଚମକାଇବା ଭଳି ଖବର ସାମ୍ନାକୁ ଆସିଛି। ଏଠାକାର ଅନେକେ ମାତାପିତା ସେମାନଙ୍କ ମୃତ କନ୍ୟାଙ୍କ କବରରେ ତାଲା ଲଗାଇ ସେମାନଙ୍କୁ ବଳାତ୍କାରରୁ ବଞ୍ଚାଇ ରଖୁଛନ୍ତି। ଡେଲି ଟାଇମ୍ସର ରିପୋର୍ଟ ଅନୁଯାୟୀ, ଦେଶରେ ନେକ୍ରୋଫିଲିଆ ଅର୍ଥାତ୍ ମୃତ ଲୋକଙ୍କ ସହ ଯୌନ ସମ୍ପର୍କ ବଢାଇବାର ଘଟଣା ବଢିବାରେ ଲାଗିଛି।
ନ୍ୟୁଜ ଏଜେନ୍ସି ଏଏନଆଇ ଡେଲି ଟାଇମ୍ସର ରିପୋର୍ଟରୁ ଉଦ୍ଧାର କରି କହିଛି କି ପାକିସ୍ତାନରେ ପ୍ରତି ଘଣ୍ଟାରେ ଜଣେ ମହିଳାଙ୍କ ସହ ବଳାତ୍କାର ହେଉଛି ହେଲେ ମୃତ କନ୍ୟାଙ୍କ ସହ ବଳାତ୍କାର କରିବା ଏକ ନିନ୍ଦନୀୟ ଘଟଣା। “The Curse of God, why I left Islam” ର ଲେଖିକା ହାରିସ ସୁଲତାନ ଏଥିପାଇଁ କଟ୍ଟରବାଦୀ ବିଚାରଧାରାକୁ ଦାୟୀ କରିଛନ୍ତି। ହାରିସ କହିଛନ୍ତି ପାକିସ୍ତାନର କଟ୍ଟରବାଦୀ ଲୋକେ ଏମିତି ସମାଜ ଗଠନ କରିଛନ୍ତି କି ମାତାପିତା ସେମାନଙ୍କ ମୃତ କନ୍ୟାଙ୍କ ଶରୀରକୁ ସୁରକ୍ଷା ଦେବାକୁ କବରରେ ତାଲା ଦେବାକୁ ପଡୁଛି।
Posted inଅନ୍ତର୍ଜାତୀୟ