ବଳାତ୍କାରୀଙ୍କୁ ନପୁଂସକ କରାଯିବ

ଇସ୍‌ଲାମାବାଦ, ୧୮।୧୧: ଏକାଧିକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଅଭ୍ୟାସଗତ ବଳାତ୍କାରୀଙ୍କୁ କେମିକାଲ କାଷ୍ଟ୍ରାଶନ (ରାସାୟନିକ ପଦ୍ଧତି) ଜରିଆରେ ନପୁଂସକ କରାଯାଇପାରେ। ବାଳତ୍କାରୀଙ୍କୁ ଶୀଘ୍ର ଦୋଷୀ ସାବ୍ୟସ୍ତ କରିବା ଓ କଠୋର ଦଣ୍ଡଦେବା ଲକ୍ଷ୍ୟରେ ପାକ୍‌ ପାର୍ଲାମେଣ୍ଟ ଗୁରୁବାର ନୂଆ ବିଧେୟକକୁ ମଞ୍ଜୁରୀ ପ୍ରଦାନ କରିଛି।

ପାକିସ୍ତାନରେ ମହିଳା ଓ ପିଲାମାନଙ୍କ ପ୍ରତି ବଳାତ୍କାର ବଢ଼ୁତ୍ଥିବାରୁ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏଭଳି ଅପରାଧ ରୋକିବା ଦିଗରେ କଠୋର ଆଇନ ପ୍ରଣୟନ ପାଇଁ ଦାବି ହୋଇ ଆସୁଥିଲା।

ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭି ବଳାତ୍କାର ନିରୋଧୀ ଅଧ୍ୟାଦେଶକୁ ଅନୁମୋଦନ କରିବାର ବର୍ଷେ ପରେ ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଛି। ପ୍ରସ୍ତାବିତ ଆଇନ ଅନୁଯାୟୀ ଅପରାଧୀଙ୍କ ସହମତିରେ ତାଙ୍କର କେମିକାଲ କାଷ୍ଟ୍ରେଶନ କରାଯିବ। ଏଥିସହ ଯୌନ ଅପରାଧଗୁଡ଼ିକର ତ୍ୱରିତ୍‌ ବିଚାର ଲାଗି ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ।

Share