ନୂଆ ଦଳ ଗଢିଲେ ଇମ୍ରାନଙ୍କ ନିକଟତମ ପରଭେଜ ଖଟକ

ଇସଲାମାବାଦ,୧୮।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫର ମୁଖ୍ୟ ଇମ୍ରାନ ଖାଁଙ୍କ ନିକଟତମ ବନ୍ଧୁ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ପରଭେଜ ଖଟକ ନୂଆ ଦଳ ‘ପାକିସ୍ତାନ ତହରିକ-ଏ-ଇନସାଫ ପାର୍ଲାମେଂଟେରିୟସ ଗଠନ କରିଛନ୍ତି। ଖଟକ ପିଟିଆଇର ସାଧାରଣ ସମ୍ପାଦକ ଏବଂ ଖାଇବର ପାଖ୍ଟନଖୱା ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ମେ ୯ରେ ଇମ୍ରାନ ଗିରଫ ହେବା ପରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦଳର ହସ୍କ ଆନ୍ଦୋଳନ ପରେ ପରଭେଜ ଖଟକ ପ୍ରାଦେଶିକ ଅଧ୍ୟକ୍ଷ ପଦ ଛାଡିଥିଲେ।
ପ୍ରକାଶ ଥାଉକି, କାରଣ ଦର୍ଶାଅ ନୋଟିସର ଜବାବ ଦେବାରେ ବିଫଳ ହେବା ପରେ ଦଳ ଗତ ସପ୍ତାହରେ ତାଙ୍କର ସଦସ୍ୟତା ବନ୍ଦ କରିଦେଇଥିଲା।

Share