ଇସଲାମାବାଦ,୧୫।୫: ପାକିସ୍ତାନରେ ରାଜନୈତିକ ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ପିଡିଏମ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛି। ପିଡିଏମ ସମର୍ଥକ ସୁପ୍ରିମକୋର୍ଟଙ୍କୁ ବି ଘେରିଛନ୍ତି। ଏମାନେ ପାକିସ୍ତାନର ମୁଖ୍ୟ ବିଚାରପତି ଉମର ଅତା ବାନ୍ଦିୟାଲଙ୍କୁ ହଟାଇବାକୁ ଯୋଜନା କରୁଛନ୍ତି। ଏଥିପାଇଁ ସଂସଦରେ ନିନ୍ଦା ପ୍ରାସ୍ତାବ ଆଗତ କରାଯିବ। ପିଡିଏମ ପାକିସ୍ତାନ ଡେମୋକ୍ରେଟିକ ମୁଭମେଣ୍ଟ ପାକିସ୍ତାନ ମୁସଲିମ ଲିଗ ନଓ୍ବାଜ, ପାକିସ୍ତାନ ପିପୁଲ୍ସ ପାର୍ଟି ଓ ଜମିୟତ ଉଲେମା-ଏ-ଇସଲାମ-ଫଜଲ ସମେତ କିଛି ପାର୍ଟି ସାମିଲ ଅଛନ୍ତି।
Posted inଅନ୍ତର୍ଜାତୀୟ