ଆମେରିକା ରାଷ୍ଟ୍ରଦୂତଙ୍କୁ ସମନ ପାଇଁ ପାକିସ୍ତାନର ଯୋଜନା…

ଇସଲାମାବାଦ,୧୫।୧୦ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାକିସ୍ତାନକୁ ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ ବୋଲି କହିଛନ୍ତି। ଏହାକୁ ନେଇ ପାକିସ୍ତାନକୁ ବଡ଼ ଝଟ୍‌କା ଲାଗିଛି। ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ, ବିଶ୍ୱରେ ନିଜର ଭାବମୂର୍ତ୍ତିକୁ ଖରାପ କରିଦେଇଛି। ଆମେରିକା ରାଷ୍ଟ୍ରପତିଙ୍କ ମନ୍ତବ୍ୟ ନେଇ ପାକିସ୍ତାନ କ୍ରୋଧିତ ହୋଇଛି । ବାଇଡେନଙ୍କ ବିବୃତ୍ତି ପରେ ବର୍ତ୍ତମାନ ପାକିସ୍ତାନ ଆମେରିକାର ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିବାକୁ ନିଷ୍ପତ୍ତି ନେଇଛି।

ଜିଓ ନ୍ୟୁଜ ରିପୋର୍ଟ କରିଛି ଯେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଶନିବାର କହିଛନ୍ତି ଯେ ଆମେରିକାର ଆଣବିକ ସାମର୍ଥ୍ୟ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତିଙ୍କ ବିବୃତ୍ତି ପରେ ଆମେରିକାର ରାଷ୍ଟ୍ରଦୂତଙ୍କୁ ଡକାଇବାକୁ ନିଷ୍ପତ୍ତି ନିଆଯାଇଛି। ଡେମୋକ୍ରାଟିକ ପାର୍ଟିର କଂଗ୍ରେସ ଅଭିଯାନ କମିଟିର କାର୍ଯ୍ୟକ୍ରମରେ ବାଇଡେନ ପାକିସ୍ତାନ ବିରୋଧରେ ଏହି ବିବୃତ୍ତି ଦେଇଥିଲେ।

ସେ କିଥିଲେ ମୁଁ ଭାବୁଛି ପାକିସ୍ତାନ ହେଉଛି ବିଶ୍ୱର ସବୁଠାରୁ ବିପଦପୂର୍ଣ୍ଣ ଦେଶ। ପାକିସ୍ତାନ ପାଖରେ ଆଣବିକ ଅସ୍ତ୍ର ଅଛି କିନ୍ତୁ କୌଣସି ସୁରକ୍ଷା ବିନା ଏହାକୁ ରଖାଯାଇଛି। ବିଶ୍ୱର ପରିବର୍ତ୍ତିତ ଭୌଗାଳିକ ପରିସ୍ଥିତି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି କହିଛନ୍ତି। ପାକିସ୍ତାନର ଆଣବିକ ଅସ୍ତ୍ରର ସୁରକ୍ଷାକୁ ନେଇ ପାଶ୍ଚାତ୍ୟ ଦେଶ ସବୁବେଳେ ଚିନ୍ତା ପ୍ରକଟ କରି ଆସିଛନ୍ତି। ସେମାନଙ୍କର ଚିନ୍ତା ହେଉଛି ପାକିସ୍ତାନର ଆଣବିକ ଅସ୍ତ୍ର ଆତଙ୍କବାଦୀ କିମ୍ବା ଜିହାଦୀଙ୍କ ହାତରେ ପଡିପାରେ।

Share