Advertisement
Categories: ଖେଳ

ଖେଳାଳିଙ୍କୁ ପାଞ୍ଚ ମାସ ହେଲା ଦରମା ଦେଇନି ପାକିସ୍ତାନ ବୋର୍ଡ, ବଡ଼ ଅଭିଯୋଗ ଲଗାଇଲେ ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ,୨୮/୧୦: ଶୁକ୍ରବାର ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ ପାକିସ୍ତନର ସେମିଫାଇନାଲ ରାସ୍ତା ଏକ ପ୍ରକାର କଷ୍ଟକର ହୋଇପଡିଛି। ଏହାରି ମଧ୍ୟରେ ପାକିସ୍ତାନ ଖେଳାଳିଙ୍କ ସହିତ ଜଡିତ ଏକ ଖବର ଆସିଛି ଯାହା ଖେଳାଳୀଙ୍କର ପ୍ରଦର୍ଶନ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି।

ପାକିସ୍ତାନର ପୂର୍ବତ୍ତନ ଅଧିନାୟକ ରଶିଦ ଲତିଫ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ବଡ ଅଭିଯୋଗ ଲଗାଇଛନ୍ତି। ସେ କହିଛନ୍ତି ଯେ, ପିସିସବି ଅଧ୍ୟକ ଜାକା ଆଶ୍ରଫ ବାବର ଆଜାମଙ୍କ ମେସେଜକୁ ଅଣଦେଖା କରୁଛନ୍ତି। ଚଳିତ ବିଶ୍ୱକପରେ ପାକିସ୍ତାନ ୬ ମ୍ୟାଚରୁ ୪ ପରାଜୟ ସହିତ ଲିଗ ପର୍ୟାୟରୁ ବିଦାୟ ନେବାର ଆଶଙ୍କା ସୃଷ୍ଟି ହୋଇଛି। ପାକିସ୍ତାନ ବର୍ତ୍ତମାନ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ଥିବା ବେଳେ ଲତିଫ କହିଛନ୍ତି ଯେ, ଖେଳାଳିମାନେ ଗତ ୫ ମାସ ହେବ ଦରମା ପାଇଁ ନାହାନ୍ତି।

ଏଭଳି ସ୍ଥିତିରେ ପିସିବିର ବରିଷ୍ଠ ଅଧିକାରୀ ଏବଂ ପିସିବି ସିଓଓ ସଲମାନ ନାସିର ମଧ୍ୟ ବାବରଙ୍କ ମେସେଜର ଜବାବ ଦେଉନାହାନ୍ତି। ପିସିବି କେବଳ ଖେଳାଳି ମାନଙ୍କର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପୁଣିଥରେ କରାଯିବ ବୋଲି କହି ବସି ପଡିଛି। ତେବେ ଏଭଳି ସ୍ଥିତିରେ ଖେଳାଳିମାନେ ବୋର୍ଡର କଥା ଶୁଣିବେ କିପରି ସେ ପ୍ରଶ୍ନ କରିଛନ୍ତି।