ନୂଆବର୍ଷ ପାଳନ କରିବନି ପାକିସ୍ତାନ, ପ୍ରତିବନ୍ଧକ ଲଗାଇଲେ ସରକାର

ଇସଲାମାବାଦ,୨୯।୧୨: ପାକିସ୍ତାନ ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କକର ଗୁରୁବାର ଯୁଦ୍ଧଗ୍ରସ୍ତ ଗାଜା ଲୋକଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଦେଶରେ ନୂଆବର୍ଷ ପାଳନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦେଶକୁ ସମ୍ବୋଧିତ କରି କକର ପାକିସ୍ତାନୀମାନଙ୍କୁ ପାଲେଷ୍ଟାଇନୀୟମାନଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ଏବଂ ନୂଆବର୍ଷରେ ସଂଯମତା ଏବଂ ନମ୍ରତା ପ୍ରଦର୍ଶନ କରିବାକୁ ଅନୁରୋଧ କରିଛନ୍ତି।

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ କହିଛନ୍ତି, ପାଲେଷ୍ଟାଇନର ଚିନ୍ତାଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଆମର ପାଲେଷ୍ଟାଇନ ଭାଇ ଓ ଭଉଣୀମାନଙ୍କ ସହିତ ଏକତା ଦେଖାଇବା ପାଇଁ ସରକାର ନୂଆବର୍ଷ ପାଇଁ କୌଣସି ପ୍ରକାର କାର୍ଯ୍ୟକ୍ରମ ଉପରେ କଠୋର ପ୍ରତିବନ୍ଧକ ଲଗାଯିବ।

ହାମାସ ଦ୍ୱାରା ପରିଚାଳିତ ଗାଜାରେ ଥିବା ସ୍ବାାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଇସ୍ରାଏଲ ସହିତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦,୦୦୦ରୁ ଅଧିକ ପାଲେଷ୍ଟାଇନଙ୍କର ମୃତ୍ୟୁ ହୋଇଛି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ। ଜାରି ରହିଥିବା ଯୁଦ୍ଧରେ ଗାଜାର ୨.୩ ନିୟୁତ ଲୋକଙ୍କ ମଧ୍ୟରୁ ପ୍ରାୟ ୮୫% ସ୍ଥାନାନ୍ତର ହୋଇସାରିଛନ୍ତି ଏବଂ ଇସ୍ରାଏଲର ଚାଲିଥିବା ଗ୍ରାଉଣ୍ଡ ଆକ୍ରମଣରେ ଅଧିକ ଗାଜାବାସୀୟ ସ୍ଥାନାନ୍ତର ହେବେ ବୋଲି ଆଶା କରାଯାଉଛି।

Share