ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହଓ୍ବାଜ

ଇସଲାମାବାଦ୍‌,୧୦।୪: ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଆମେ ଭାରତ ସହିତ ଶାନ୍ତି ଚାହୁଁଛୁ, ଯାହା କଶ୍ମୀର ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ସମ୍ଭବ ନୁହେଁ। ଜାତୀୟ ସୌହାର୍ଦ୍ଦ୍ୟ ଏବଂ ବିରୋଧୀଦଳର ନେତାଙ୍କ ପରାମର୍ଶ କ୍ରମେ ଏକ ନୂତନ କ୍ୟାବିନେଟ ଗଠନ କରିବା ମୋର ପ୍ରଥମ ପ୍ରାଥମିକତା। ଦେଶର ଅର୍ଥନୀତିରେ ଉନ୍ନତି ଆଣି ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିବରା ସହ। ଦେଶରେ ଏକ ନୂତନ ଯୁଗ ଆରମ୍ଭ କରିବି ବୋଲି ସେ କହିଛନ୍ତି।
ପାକିସ୍ତାନ ତେହେରିକ-ଇ-ଇନସାଫ ପାର୍ଟି (ପିଟିଆଇ) ଦ୍ୱାରା ପ୍ରଧାନମନ୍ତ୍ରୀ ପଦ ପାଇଁ ଶାହ ମେହମୁଦ କୁରେଶୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ଅନ୍ୟପକ୍ଷରେ ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌(ନଓ୍ବାଜ୍‌)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଶେହଓ୍ବାଜ ଶରିଫଙ୍କ ନାମାଙ୍କନପତ୍ର ମଧ୍ୟ ଜାତୀୟ ସଭାରେ ଦାଖଲ କରାଯାଇଛି। ତେବେ ଶେହଓ୍ବାଜ୍‌ ହିଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିନ୍ତ ବୋଲି କୁହାଯାଉଛି। ପାକ ସଂସଦ ଆସନ୍ତା ସୋମବାର ଦିନ ୨ଟାରେ ବସିବ। ଏହି ଦିନ ନୂତନ ପ୍ରଧାନମନ୍ତ୍ରୀ ନାମ ଘୋଷଣା କରାଯିବ।

Share