ଲାଇଭ୍‌ ଟିଭିରେ ଭାଷଣ ଭୁଲିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ କହିଲେ…

ଇସଲାମାବାଦ,୫।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଲାଇଭ୍‌ ଟିଭିରେ କହୁ କହୁ ନିଜର ଲାଇନ୍‌ ଭୁଲିଗଲେ। କହିବା ଶେଷ ହେବା ପରେ ଲୋକେ ଏହି ଭିଡିଓକୁ ଟୁଇଟରରେ ଶେୟାର କରି ଟ୍ରୋଲ୍‌ କରୁଛନ୍ତି।

ଇମରାନଙ୍କୁ ସିନେଟରେ ଝଟକା ଲାଗିଛି। ଏହା ପରେ ସେ ଗୁରୁବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ ପାକିସ୍ତାନ ନିର୍ବାଚନୀ ଆୟୋଗ(ଇସିପି)ଙ୍କ ନିକଟରେ ପ୍ରଶ୍ନ ରଖିଥିଲେ। ଭାଷଣ ଦେବା ସମୟରେ ସେ ଅଟକି ଯାଇଥିଲେ। କାରଣ ପରବର୍ତ୍ତୀ ଲାଇନ ତାଙ୍କର ମନେ ପଡ଼ି ନ ଥିଲା।

୧୭ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଜଣେ ୟୁଜର କହିଛନ୍ତି, ଯାହା ବି ଅନୁବାଦ ହୋଇଛି। ଆଉ ଜଣେ ୟୁଜର ଲେଖିଛନ୍ତି, ତୁମେ କ’ଣ କହିବାକୁ ଚାହୁଁଛ? ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଡିଡିଏଲ୍‌ଜେ ଅର୍ଥାତ୍‌ ଦିଲଓ୍ବାଲେ ଦୁଲ୍‌ହାନିଆ ଲେ ଜାୟେଙ୍ଗେ। ସେ ଲେଖିଛନ୍ତି ବଡ଼ ସହରରେ ଏମିତି ଘଟଣା ଘଟୁଛି।

Share