ଅଡୁଆରେ ଇମ୍ରାନ୍‌!

ଇସଲାମାବାଦ,୧୫ ।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଲଗାତାର ଭାବେ ତାଙ୍କ ବୈଦେଶିକ ନୀତିକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି । ହେଲେ ଏଥର ସେ ଯେଉଁ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ତାହା ରାଜନୀତି ନୁହେଁ ବରଂ ତାଙ୍କ ପର୍ସନାଲ କାରଣ ଯୋଗୁ ସେ ଆସିଛନ୍ତି ଚର୍ଚ୍ଚାକୁ । ଗଣମାଧ୍ୟମରେ ଆସିଥିବା ଖବର ଅନୁଯାୟୀ, ଇମ୍ରାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ତାଙ୍କ ତୃତୀୟ ପତ୍ନୀ ଘର ଛାଡି ଦେଇଛନ୍ତି ଓ ସେ ଲାହୋର ଚାଲିଯାଇଛନ୍ତି । ହେଲେ ଇମ୍ରାନଙ୍କ ରାଜନୀତିକ ସହଯୋଗୀ ଶହବାଜ ଗିଲ ଏହାକୁ ଖଣ୍ଡନ କରିଛନ୍ତି । ଗିଲ କହିଛନ୍ତି ଜଣେ ଖବରଦାତା ଇମ୍ରାନଙ୍କ ବିରୋଧରେ ମିଛ ଓ ଲଜ୍ୟାଜନକ ଖବର ପ୍ରଚାର କରିଛନ୍ତି । ଏହା ବିରୋଧରେ ପାକିସ୍ତାନ ସରକାର କୋର୍ଟ ଯାଇଛନ୍ତି । ଏହାକୁ ନେଇ ମିଛ ତଥ୍ୟ ପ୍ରଚାର ପ୍ରସାର କରୁଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share