ଆସନ ବଞ୍ଚାଇବାକୁ ଭାରତଠାରୁ ସାହାଯ୍ୟ ମାଗୁଛନ୍ତି ଇମ୍ରାନ: ବିଲାୱଲ

ଇସଲାମାବାଦ,୨ ।୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ଥମିବାର ନାଁ ନେଉନି । ପାକିସ୍ତାନ ସଂସଦରେ ଇମ୍ରାନଙ୍କ ବିରୋଧରେ ଦିଆଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ରବିବାର ହେବ । ଏହା ପୂର୍ବରୁ ଗୁରୁବାର ବିଳମ୍ବିତ ରାତ୍ରିରେ ସେ ଦେଶକୁ ସମ୍ବୋଧିତ କରି କହିଥିଲେ ଦେଶର ନିଷ୍ପତ୍ତି ରବିବାରକୁ ହେବ । ଏହି ସମ୍ବୋଧନରେ ସେ ବିପକ୍ଷଙ୍କ ଉପରେ ଖୁର୍ବ ବର୍ଷିଥିଲେ । ସେ କହିଥଇଲେ ଆମେରିକାକୁ ମୁଁ ସମସ୍ୟା ଅନ୍ୟପାଇଁ ନୁହେଁ ।
ଏବେ ଏହାର ପ୍ରତିକ୍ରିୟା ରଖିଛନ୍ତି ପାକର ପିପିପି ନେତା ବିଲାୱଲ ଭୁଟ୍ଟୋ । ସେ ଇମ୍ରାନଙ୍କ ଉପରେ ଅଭିଯୋଗ କରି କହିଛନ୍ତି, ପାକିସ୍ତାନରେ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି, ଦେଶର ସଙ୍କଟ ସମୟରେ ଆମର କିଛି କର୍ତ୍ତବ୍ୟ ରହିଛି, ଆମକୁ ଆମ ଦେଶକୁ ବଞ୍ଚାଇବାକୁ ପଡିବ । ବିଲାୱଲ କହିଛନ୍ତି ଇମ୍ରାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବାକୁ ଚେଷ୍ଟା କରିଛନ୍ତି । ସେ ଆସନ ବଞ୍ଚାଇବା ପାଇଁ ଭାରତର ସାହାଯ୍ୟ ଚାହୁଁଛନ୍ତି । ଇମ୍ରାନ ଭାରତର ବୈଦେଶିକ ନୀତିର ଜଣେ ପ୍ରଶଂସକ ।

Share