ପାକିସ୍ତାନରେ ଜବରଦସ୍ତ କଳି, ଶହବାଜ ଶରିଫଙ୍କୁ ନେଇ କହିଲେ-ପ୍ରଧାନମନ୍ତ୍ରୀଙ୍କ ନାମରେ ‘ଜୋକର’

ଇସଲାମାବାଦ,୨୦ ।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ବିରୋଧି ଦଳଙ୍କ ଟାର୍ଗେଟରେ । ଦେଶରେ ଲାଗି ରହିଥିବା ସଙ୍କଟରୁ ବାହାରିବାକୁ ଶରିଫ ସାରା ବିଶ୍ୱର ସହଯୋଗ ଲୋଡିଛନ୍ତି । ଏହି କ୍ରମରେ ସେ ଭାରତଠାରୁ ବି ସହଯୋଗ ମାଗିବାକୁ କୁଣ୍ଠାବୋଧ କରି ନାହାନ୍ତି । ଏବେ ଏହାକୁ ନେଇ ତାଙ୍କୁ ସମାଲୋଚନା କରାଯିବା ସହ କଟାକ୍ଷ ବି କରାଯାଉଛି ।
ବିରୋଧି ନେତା ତଥା ଇମ୍ରାନ ଖାଁଙ୍କ ସରକାରରେ ମନ୍ତ୍ରୀ ଥିବା ଶିରିନ ମଜାରି ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କୁ ‘ଜୋକର’ ବୋଲି କହିଛନ୍ତି । ସେ କହିଛନ୍ତି ସେ ସେହି ପ୍ରସଙ୍ଗ ଉପରେ କଥା ହେବା ବନ୍ଦ କରି ଦେବା ଦରକାର , ଯାହାକୁ ନେଇ ତାଙ୍କ ପାଖରେ ସ୍ପଷ୍ଟ ବିଚାର ନାହିଁ ଆଉ ଯାହା କେବଳ ପାକିସ୍ତାନକୁ ଦୁର୍ବଳ କରୁଛି । ସେ ଭାରତଠାରୁ ଭିକ ମାଗି କହୁଛନ୍ତି ‘ପାକିସ୍ତାନ ବୁଦ୍ଧି ଶିଖି ସାରିଛି ।’
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶହବାଜ ଶରିଫ କହିଥିଲେ କି ଆମେ ଭାରତ ସହ ୩ଟି ଯୁଦ୍ଧ ଲଢି ସାରିବା ପରେ ବୁଦ୍ଧି ଶିଖି ସାରିଛୁ । ଏବେ ଆମେ ଶାନ୍ତିରେ ରହିବାକୁ ଚାହୁଁଛୁ । ତେଣୁ ଗୋଟିଏ ଟେବୁଲରେ ବସି ଆଲୋଚନା କରିବାକୁ ସେ ରାଜି ।

Share