ଆଜି ସଂସଦ ଭାଙ୍ଗିବା ପାଇଁ ସୁପାରିସ କରିବେ ଶହବାଜ, ଗୃହ ମନ୍ତ୍ରୀ କହିଲେ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ ସାଧାରଣ ନିର୍ବାଚନ

ଇସଲାମାବାଦ,୯।୮: ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ପାକିସ୍ତାନରେ କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ଏହି କାରଣରୁ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ମଙ୍ଗଳବାର କହିଛନ୍ତି ଯେ, ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ ସେ ବୁଧବାର ରାଷ୍ଟ୍ରପତି ଆରିଫ ଅଲବିଙ୍କୁ ଚିଠି ଲେଖିବେ, ଯାହାଫଳରେ ଦେଶରେ ନିର୍ବାଚନ ଶୀଘ୍ର ହୋଇପାରିବ। ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ଶହବାଜ ଶରିଫ କହିଛନ୍ତି, ମଧ୍ୟବର୍ତ୍ତୀକାଳୀନ ସରକାର କାର୍ଯ୍ୟଭାର ସମ୍ଭାଳିବେ।

ଅନ୍ୟପକ୍ଷରେ, ଯଦି ପ୍ରଧାନମନ୍ତ୍ରୀ ଶହାବାଜଙ୍କ ସୁପାରିଶକୁ ଗ୍ରହଣ କରାଯାଏ, ତେବେ ସରକାର ୪୮ ଘଣ୍ଟା ମଧ୍ୟରେ ଭଙ୍ଗି ଦିଆଯିବ। ସରକାର ଘୋଷଣା କରିଛନ୍ତି, ନିର୍ଦ୍ଧାରିତ ଅବଧି ତିନି ଦିନ ପୂର୍ବରୁ ଜାତୀୟ ବିଧାନସଭା ଭଙ୍ଗାଯିବ, ଯାହା ପରେ ୯୦ ଦିନ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ।

 

Share