ଡ୍ରୋନରେ ଭାରତକୁ ଡ୍ରଗ୍ସ ପଠାଉଛି ପାକିସ୍ତାନ, ପ୍ରଧାନମନ୍ତ୍ରୀ ଶରିଫଙ୍କ ପରାମର୍ଶଦାତାଙ୍କ ସ୍ବୀକାର

ଇସଲାମାବାଦ,୨୯।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସ୍ବତନ୍ତ୍ର ପ୍ରତିରକ୍ଷା ପରାମର୍ଶଦାତା ତଥା ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ଘନିଷ୍ଠ ସହଯୋଗୀ ମାଲିକ ମହମ୍ମଦ ଅହମ୍ମଦ ଖାନ କ୍ୟାମେରାରେ ସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନରୁ ଡ୍ରୋନ ମାଧ୍ୟମରେ ଭାରତରେ ଡ୍ରଗ୍ସ ଚୋରାଚାଲାଣ କରାଯାଉଛି। ଭାରତ ପକ୍ଷରୁ କ୍ରମାଗତ ଭାବରେ ପାକିସ୍ତାନ ସହିତ ତଥା ଅନ୍ତର୍ଜାତୀୟ ଫୋରମରେ ଏହି ପ୍ରସଙ୍ଗ ଉଠାଉଛି, କିନ୍ତୁ ପାକିସ୍ତାନ ଏହାକୁ ଲଜ୍ଜାଜନକ ଭାବରେ ଅସ୍ବୀକାର କରୁଛି। ଖାନଙ୍କ ଏହି ସ୍ବୀକାରୋକ୍ତି ଡ୍ରଗ ବିରୋଧରେ ଭାରତର ଲଢେଇରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ।

Share