ଆଜି ଇସ୍ତଫା ଦେବେ ଶହବାଜ ଶରିଫ!

ଇସଲାମାବାଦ,୯।୮: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫ ଆଜି ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ନେତୃତ୍ୱରେ ମିଳିତ ସରକାର ପାକିସ୍ତାନର ଜାତୀୟ ବିଧାନସଭାକୁ ସମୟ ପୂର୍ବରୁ ଭାଙ୍ଗିବାକୁ କରିବାକୁ ପ୍ରସ୍ତୁତ ଅଛନ୍ତି। ଚଳିତ ବର୍ଷ ଶେଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ମିଳିତ ସରକାର ଅତିରିକ୍ତ ସମୟ ଆବଶ୍ୟକ କରନ୍ତି।

ଶହବାଜ ଶରିଫଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୨ରେ ଶେଷ ହେବ। ତେବେ ଏହା ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଶରିଫ ଏହାକୁ ଅଗଷ୍ଟ ୯ରେ ଭାଙ୍ଗିପାରିବେ। ଏଥିପାଇଁ ସେ ପ୍ରଥମେ ରାଷ୍ଟ୍ରପତି ଆରିଫ ଅଲବିଙ୍କୁ ଭେଟି ତାଙ୍କ ସହ ପରାମର୍ଶ ନେବେ। ଯଦି ରାଷ୍ଟ୍ରପତି ତାଙ୍କ ପରାମର୍ଶ ଗ୍ରହଣ କରିବାକୁ ଦ୍ୱିଧା କରନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ୪୮ ଘଣ୍ଟା ମଧ୍ୟରେ ସଂସଦ ଭଙ୍ଗି ଦିଆଯିବ।

Share