ପାକ୍‌ ପ୍ରଧାନମନ୍ତ୍ରୀଙ୍କ ପୁଅ ଅପରାଧୀ ଘୋଷିତ

ଇସ୍‌ଲାମାବାଦ,୧୬ା୭: ପାକିସ୍ତାନର ଏକ କୋର୍ଟ ଶୁକ୍ରବାର ମନି ଲଣ୍ଡରିଂ ମାମଲାର ଶୁଣାଣି କରି ପ୍ରଧାନମନ୍ତ୍ରୀ ଶେହବାଜ୍‌ ଶରିଫଙ୍କ ସାନପୁଅ ସୁଲେମାନ ଶେହବାଜଙ୍କୁ ଅପରାଧୀ ଘୋଷଣା କରିଛନ୍ତି। ୨୦୨୦ ନଭେମ୍ବରରେ ପାକିସ୍ତାନର ସଂଘୀୟ ତଦନ୍ତ ସଂସ୍ଥା (ଏଫ୍‌ଆଇଏ) ଦୁର୍ନୀତି ନିର୍ବାରଣ ଆଇନ ଏବଂ ମନି ଲଣ୍ଡରିଂ ନିରୋଧୀ ଆଇନ ବଳରେ ଶେହବାଜ ଓ ତାଙ୍କ ଦୁଇପୁଅଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କୋର୍ଟ ସୁଲେମାନ ଓ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ନାମରେ ରହିଥିବା ସମ୍ପତ୍ତିର ବିସ୍ତୃତ ବିବରଣୀ ମାଗିଛନ୍ତି। ଏଫ୍‌ଆଇଏ ଟିମ୍‌ ଶେହବାଜଙ୍କ ପରିବାର ପକ୍ଷରୁ କାରବାର କରାଯାଇଥିବା ୨୮ଟି ବେନାମୀ ଆକାଉଣ୍ଟ ଚିହ୍ନଟ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Share