ପାକିସ୍ତାନ କ୍ରିକେଟ୍‌ ଦଳକୁ ଟ୍ରୋଲ୍‌ କଲେ ଜିମ୍ବାଓ୍ବେ ରାଷ୍ଟ୍ରପତି

ପର୍ଥ,୨୮।୧୦: ଟି-୨୦ ବିଶ୍ୱକପ ୨୦୨୨ର ବହୁତ ରୋମାଞ୍ଚକର ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ୧ ରନ୍‌ରେ ପରାସ୍ତ କରି ଏକ ଐତିହାସିକ ବିଜୟ ହାସଲ କରିଛି। ଏହି ବିଜୟ ପରେ ଜିମ୍ବାୱେର ରାଷ୍ଟ୍ରପତି ଏମର୍ସନ ଡାମ୍ବୁଜୋ ମନ୍ନାଗୱା ଏକ ଟୁଇଟ କରି ତାଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ଜିମ୍ବାୱେ ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି, ଜିମ୍ବାୱେ ପାଇଁ ଚମକପ୍ରଦ ବିଜୟ। ଅଭିନନ୍ଦନ ଶେରଭନ। ପରବର୍ତ୍ତୀ ସମୟରେ ପ୍ରକୃତ ମିଷ୍ଟର ବିନ ପଠାଇବ। ଏହି ଟୁଇଟର ଜବାବରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ବୋଧହୁଏ ଆମର ପ୍ରକୃତ ମିଷ୍ଟର ବିନ ନ ଥାଇ ପାରନ୍ତି, କିନ୍ତୁ ଆମର ପ୍ରକୃତ କ୍ରିକେଟ ଆତ୍ମା ଅଛି ଏବଂ ଆମର ପାକିସ୍ତାନୀମାନେ ପ୍ରତ୍ୟାବର୍ତ୍ତନ କରିବାର ଏକ ମଜାଳିଆ ଅଭ୍ୟାସ ରହିଛି। ଅଭିନନ୍ଦନ, ଆଜି ଆପଣଙ୍କ ଦଳ ଭଲ ଖେଳିଛି।
ଏହି ମ୍ୟାଚରେ ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ୨୦ ଓଭରରେ ୮ ଉଇକେଟ ହରାଇ ୧୩୦ ରନ ସଂଗ୍ରହ କରିଥିଲା। ଏହା ପରେ ପାକିସ୍ତାନ ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୧୨୯ ରନ କରିପାରିଥିଲା।

ମିଷ୍ଟର ବିନ୍‌ ବିବାଦ କ’ଣ?
୨୦୧୬ରେ ଜିମ୍ବାୱେର ହରାରେ ମଇଦାନରେ ଏକ ଶୋ’ ସମୟରେ ପାକିସ୍ତାନ ମହମ୍ମଦ ଆସିଫ ନାମକ ଜଣେ ବ୍ୟକ୍ତିଙ୍କୁ ମିଷ୍ଟର ବିନ ଭାବରେ ପଠାଇଥିଲା। ମହମ୍ମଦ ଆସିଫ ଦେଖିବାକୁ ପ୍ରକୃତ ମିଷ୍ଟର ବିନ୍‌ କୁହାଯାଉଥିବା ରୋହନ ଆଟ୍‌କିନସନ୍‌ଙ୍କ ଥିଲେ। ହରାରେ ଶୋ’ ପାଇଁ ଆସିଫ ମିଷ୍ଟର ବିନ୍‌ଙ୍କ ନାଁରେ ବହୁତ ଟଙ୍କା ରୋଜଗାର କରିଥିଲେ।

Share