ଇମ୍ରାନଙ୍କ ସମର୍ଥକ-ପୋଲିସ ମୁହାଁମୁହିଁ

ଇସଲାମାବାଦ,୨୫ା୫: ନିଷେଧାଦେଶର ଗୋଟିଏ ଦିନ ପରେ ପାକିସ୍ତାନର ଶାହାବାଜ ଶରିଫ୍‌ ସରକାର ବିରୋଧୀ ଦଳ ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ପଦଯାତ୍ରାକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ପଦଯାତ୍ରାକୁ ରୋକିବା ପାଇଁ ଇସଲାମାବାଦକୁ ଯାଉଥିବା ସମସ୍ତ ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଇମ୍ରାନଙ୍କ ଦଳର ୧ ହଜାରରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି।

ବୁଧବାର ପାକିସ୍ତାନୀ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ବହିଷ୍କୃତ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ସମର୍ଥକଙ୍କୁ ରାଜଧାନୀ ଇସଲାମାବାଦରେ ପହଞ୍ଚିବା ପାଇଁ ଲାଠି ଚାର୍ଜ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର (ଆଇଏମ୍‌ଏଫ୍‌) ୬ ବିଲିୟନ ଡଲାରର ପ୍ୟାକେଜ ଘୋଷଣା ହେବାର ସମ୍ଭାବନା ପୂର୍ବରୁ ପାକିସ୍ତାନରେ ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ବୃଦ୍ଧି ପାଇଛି।

Share