ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶେହବାଜଙ୍କ ପୁଅ

ଲାହୋର,୧।୫: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ପୁଅ ହମଜା ଶରିଫ ଦେଶର ସବୁଠାରୁ ରାଜନୈତିକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ପଞ୍ଜାବ ପ୍ରଦେଶର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପରେ ପାକିସ୍ତାନର ରାଜନୀତିରେ ତାଙ୍କ ରାଜବଂଶର କ୍ଷମତା ଆହୁରି ଅଧିକ ଶକ୍ତିଶାଳୀ ହୋଇଯାଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ସପ୍ତାହେ ବିତିଯିବା ପରେ ଶନିବାର ସକାଳେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ହମଜା ଶପଥ ଗ୍ରହଣ କରିଛନ୍ତି। ନ୍ୟାଶନାଲ ଆସେମ୍ବଲି ବାଚସ୍ପତି ରାଜା ପରଭେଜ ଅଶରଫ ୪୭ବର୍ଷୀୟ ହମଜାଙ୍କୁ ଶପଥ ପାଠ କରାଇଥିଲେ। ଅନ୍ୟପଟେ ଶନିବାର ସକାଳେ ପାକିସ୍ତାନ ରାଜ୍ୟପାଳ ଓମାର ସରଫରାଜ ଚିମା ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାଙ୍କ ଇସ୍ତଫା ପତ୍ର ଗ୍ରହଣ ନ କରିବା ସହ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ନେଇ ହୋଇଥିବା ନିର୍ବାଚନକୁ ନିରର୍ଥକ ବୋଲି ଆପତି ଜଣାଇଥିଲେ।

Share