ଭାରତୀୟ ଦଳକୁ ଟ୍ରୋଲ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୧୧।୧୧: ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପ ୨୦୨୨ର ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ହାରିବା ପରେ ଭାରତ ବିଶ୍ୱକପ ଜିତିବାର ଆଶା ଶେଷ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୬୮ ରନ୍‌ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ କୌଣସି ଉଇକେଟ୍‌ ନ ହରାଇ ୧୭୦ ରନ୍‌ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିଥିଲା। ଏବେ ରବିବାର ଫାଇନାଲରେ ଇଂଲଣ୍ଡ ପାକିସ୍ତାନକୁ ଭେଟିବ। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଭାରତର ପରାଜୟକୁ ନେଇ ଟିମ ଇଣ୍ଡିଆକୁ ଟ୍ରୋଲ କରିଛନ୍ତି।
ଗତ ବର୍ଷ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ଥିଲା। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆକୁ ପାକିସ୍ତାନ ହାତରୁ ୧୦ ଉଇକେଟରେ ପରାଜୟରେ ସମ୍ମୁଖୀନ ହେବାକୁ ପଡିଥିଲା। ଟସ ହାରି ପ୍ରଥମେ ବ୍ୟାଟିଂ କରି ଭାରତ ୭ ଉଇକେଟ ହରାଇ ୧୫୧ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ବିନା ଉଇକେଟ ହରାଇ ୧୫୨ ରନ୍‌ କରିଥିଲା। ୨୯ ବର୍ଷର ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ପାକିସ୍ତାନ ଲଜ୍ଜାଜନକ ଢଙ୍ଗରେ ଭାରତକୁ ପରାସ୍ତ କରିଥିଲା।
ତେବେ ଚଳିତ ବର୍ଷର ଟି-୨୦ ବିଶ୍ୱକପରେ ପାକିସ୍ତାନ ଭାରତ ସହ କଠିନ ପରିସ୍ଥିତିର ସମ୍ମୁଖୀନ ହୋଇଛି। ଉଭୟ ଦେଶର ପ୍ରଶଂସକମାନେ ଉତ୍ସାହର ସହିତ ଅନ୍ୟ ଏକ ମ୍ୟାଚ ପାଇଁ ଅପେକ୍ଷା କରିଥିଲେ କିନ୍ତୁ ଇଂଲଣ୍ଡ ଭାରତର ବିଜୟ ରଥକୁ ଅଟକାଇଥିଲା। ତେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ନିଜ ଟୁଇଟରେ ଭାରତର ଏହି ପରାଜୟର ପ୍ରତୀକାତ୍ମକ ଢଙ୍ଗରେ ଉଲ୍ଲେଖ କରିଛନ୍ତି। ଏହା ମାଧ୍ୟମରେ ସେ ପରୋକ୍ଷରେ ଭାରତ ଗତ ବର୍ଷ ପାକିସ୍ତାନ ଠାରୁ ପରାସ୍ତ ଏବଂ ଚଳିତ ବର୍ଷ ଇଂଲଣ୍ଡକୁ ପରାସ୍ତ ବିଷୟରେ ଲେଖିଛନ୍ତି।

 

Share