ଇସଲାମାବାଦ,୨୫।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫର ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା ସମାପ୍ତ ହେଉନାହିଁ। ସୋମବାର ପାକିସ୍ତାନର ନିର୍ବାଚନ ଆୟୋଗ ଏକ ଅବମାନନା ମାମଲାରେ ଇମ୍ରାନ୍ ଖାନଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।
ପାକିସ୍ତାନର ନିର୍ବାଚନ ଆୟୋଗ ଏହା ପୂର୍ବରୁ ଇମ୍ରାନ୍ ଖାନଙ୍କୁ ଅନେକ ଥର ଡାକିଥିଲେ, କିନ୍ତୁ ଇମ୍ରାନ୍ ଖାନ ହାଜର ହୋଇନଥିଲେ। ଏହା ପରେ ପାକିସ୍ତାନ ତେହେରିକ-ଇ-ଇନସାଫ ମୁଖ୍ୟ ଇମ୍ରାନ ଖାନ୍ଙ୍କୁ ଗିରଫ କରିବା ପାଇଁ ନିର୍ବାଚନ ଆୟୋଗ ଇସଲାମାବାଦର ଇନ୍ସପେକ୍ଟର ଜେନେରାଲ (ଆଇଜି) କୁ ଦାୟିତ୍ୱ ଦେଇଛନ୍ତି।