‘ନିର୍ବାଚନରେ ମୋର ଜିତିବାକୁ ନେଇ ଡରୁଛନ୍ତି ଶହବାଜ ସରକାର’, ଏଜେଣ୍ଡା ଚଳାଉଥିବା ଅଭିଯୋଗ ଆଣିଲେ ଇମ୍ରାନ୍‌

ଇସଲାମାବାଦ,୨୨।୭: ପାକିସ୍ତାନରେ ରାଜନନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନର ମିଳିତ ସରକାର ଏବଂ ବିରୋଧୀ ଦଳର ନେତା ଇମ୍ରାନ୍‌ ଖାନଙ୍କ ମଧ୍ୟରେ ଏକ ଯୁଦ୍ଧ ଚାଲିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଦଳ ମଧ୍ୟ ଇମ୍ରାନ୍‌ ଖାନଙ୍କୁ ଗିରଫ କରାଇସାରିଛନ୍ତି, ଯାହା ବିରୋଧରେ ସମଗ୍ର ଦେଶରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଏହି ସମୟରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍‌ ଖାନ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ, ଇମ୍ରାନ୍‌ ଖାନଙ୍କୁ କିପରି ଅଯୋଗ୍ୟ ଘୋଷିତ କରି ଜେଲରେ ରଖାଯିବ ତାହା ତାଙ୍କର ଏକମାତ୍ର ଏଜେଣ୍ଡା।

ଭିଡିଓ ବାର୍ତ୍ତା ମାଧ୍ୟମରେ ଇମ୍ରାନ୍‌ ଖାନ କହିଛନ୍ତ, ଆଜି ଯେଭଳି ପାକିସ୍ତାନର ପରିସ୍ଥିତି, ଆମକୁ ଭିକାରୀଙ୍କ ପରି ବଞ୍ଚିବାକୁ ପଡିବ କି ନାହିଁ ତାହା ସ୍ଥିର କରିବାକୁ ହେବ। ଆମେ ଚାହୁଁ ଯେ, ଆହ୍ଲାଙ୍କ ପଥ ଅନୁସରଣ କରି ପାକିସ୍ତାନ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର କରିବାକୁ ଚାହୁଁଛି। ମୋତେ ସାଇଫର୍‌ ବିଷୟରେ ଲୋକଙ୍କୁ ନ କହିବା ପାଇଁ ଚାପ ଦିଆଗଲା କାରଣ ଆମେରିକୀୟମାନେ ଅସନ୍ତୁଷ୍ଟ ହେବେ, କିନ୍ତୁ ମୁଁ କରିଥିଲି।

ସେ ଆହୁରି କହିଛନ୍ତି, ବର୍ତ୍ତମାନର ସରକାର ଗତ ୧୪ମାସ ଧରି ଇମ୍ରାନ୍‌ ଖାନଙ୍କୁ କୌଣସି ପ୍ରକାରେ ଅଯୋଗ୍ୟ ଘୋଷଣା କରିବାର ସୁଯୋଗ ଖୋଜୁଛନ୍ତି କାରଣ ସେମାନେ ଭୟ କରୁଛନ୍ତି ଯେ ଯଦି ଇମ୍ରାନ୍‌ ଖାନ ନିର୍ବାଚନରେ ଜିତନ୍ତି ତେବେ ସେ ହାରିଯିବେ।

Share