ଇମ୍ରାନ୍‌ଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ଜେଲରେ ସୁବିଧା ବୃଦ୍ଧି କଲେ ସରକାର

ଇସଲାମାବାଦ,୨୮।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଜେଲରେ ଅନେକ ସୁବିଧା ଦିଆଯାଇଛି। ଇମ୍ରାନ୍‌ଙ୍କ କୋଠରୀରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି। ପଞ୍ଜାବର ଆଇଜି ଜେଲ ମିଆନ ଫାରୁକ ନଜିର ରବିବାର ଅଟକ ଜେଲ ପରିଦର୍ଶନ କରିଛନ୍ତି। ଇମ୍ରାନ୍‌ ଖାନ ଅଟକ ଜେଲରେ ରହିଛନ୍ତି। ମିଆନ ଫାରୁକ ନଜିର କହିଛନ୍ତି ଯେ, ଜେଲରେ ତାଙ୍କୁ ଦିଆଯାଉଥିବା ସୁବିଧା ଉପରେ ଇମ୍ରାନ୍‌ ଖାନ ମଧ୍ୟ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଜେଲ ଅଧିକାରୀଙ୍କ କହିବାନୁସାରେ, ଇମ୍ରାନ୍‌ଙ୍କ ଜେଲ ବାହାରେ ଥିବା ସୁରକ୍ଷା କ୍ୟାମେରାକୁ ମଧ୍ୟ ବଦଳାଇବାକୁ ସମୀକ୍ଷା କରାଯାଉଛି। ସୂଚନାଯୋଗ୍ୟ, ଇମ୍ରାନ୍‌ ଅଭିଯୋଗ କରିଛନ୍ତି ଯେ ସୁରକ୍ଷା କ୍ୟାମେରା ଯୋଗୁ ତାଙ୍କର ଗୋପନୀୟତା ଉଲ୍ଲଂଘନ କରାଯାଉଛି କାରଣ ତାଙ୍କ ଶୌଚାଳୟର କାନ୍ଥ ବହୁତ ଛୋଟ ଏବଂ ଜେଲ ଭିତରେ ଥିବା ସମସ୍ତ ଜିନିଷ ସୁରକ୍ଷା କ୍ୟାମେରାରୁ ଦୃଶ୍ୟମାନ ହେଉଛି। ଏହା ପରେ ଇମ୍ରାନ୍‌ଙ୍କ ଜେଲ କୋଠରୀରେ ଏକ ଶୌଚାଳୟ ନିର୍ମାଣ କରାଯାଇଛି ଏବଂ ସେହି ସ୍ଥାନରୁ କ୍ୟାମେରା ହଟାଇବା ପାଇଁ ଏକ ସମୀକ୍ଷା କରାଯାଉଛି।

Share