‘ପାକିସ୍ତାନ ପାଇଁ ନରେନ୍ଦ୍ର ମୋଦିଙ୍କଠାରୁ ବି ଆହୁରି ବିପଜ୍ଜନକ ଇମ୍ରାନ ଖାଁ’: ପ୍ରତିରକ୍ଷା ମନ୍ତ୍ରୀ

ଇସଲାମାବାଦ,୩।୬: ପାକିସ୍ତାନରେ ବର୍ତ୍ତମାନର ରାଜନୈତିକ ବାତାବରଣ ଏକଦମ ଖରାପ କହିଲେ କିଛି ଭୁଲ ହେବ ନାହିଁ। ଦେଶର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ସରକାର ଓ ବିରୋଧୀ ଦଳ ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ) ମୁଖ୍ୟ ଇମ୍ରାନ ଖାଁଙ୍କ ମଧ୍ୟରେ ତୁତୁମେମେ ଲାଗି ରହିଛି।
ଇତିମଧ୍ୟରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଏମ ଆସିଫ ଏକ ପାକିସ୍ତାନୀ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ପାକିସ୍ତାନ-ତେହରିକ-ଏ-ଇନସାଫ(ପିଟିଆଇ) ମୁଖ୍ୟ ଇମ୍ରାନ ଖାଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ବି ଆହୁରି ବଡ ବିପଦ।

ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆପଣଙ୍କର ବିଦେଶୀ ଶତ୍ରୁ ଆପଣଙ୍କୁ ଜାଣନ୍ତି। ପାକିସ୍ତାନର ଲୋକମାନେ ଏପର୍ଯ୍ୟନ୍ତ ସେହି ଶତ୍ରୁକୁ ଚିହ୍ନିବାରେ ସକ୍ଷମ ନୁହଁନ୍ତି ଯାହା ଏଠାରେ ଜନ୍ମ ହୋଇଥିଲା ଏବଂ ସେହି ଦେଶର ଶତ୍ରୁ (ଭାରତ) ଠାରୁ ଏକ ବଡ଼ ବିପଦ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପେକ୍ଷା ଇମ୍ରାନ ଖାନ ପାକିସ୍ତାନ ପାଇଁ ଅଧିକ ବିପଜ୍ଜନକ ଏବଂ ଲୋକମାନେ ଏହା ଦେଖୁ ନାହାଁନ୍ତି। ସେ ଆମ ମଧ୍ୟରେ ଉପସ୍ଥିତ ଅଛନ୍ତି ।

Share