ଇମ୍ରାନଙ୍କୁ ଆଉ ଏକ ଝଟକା, ପିଟିଆଇ ନେତା ଫୟାଦ ଚୌଧୁରିଙ୍କ ଇସ୍ତଫା ମଧ୍ୟରେ ବାବର କଲେ ଲଣ୍ଡନ ଯାତ୍ରା

ଇସଲାମାବାଦ,୨୭।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ରୁ ଇସ୍ତଫା ଦେଇଥିବା ବ୍ୟକ୍ତିଙ୍କ ଏବେ ଲମ୍ବା ଧାଡି ଲାଗିଲାଣିି। ତିନିଜଣ ପିଟିଆଇ ନେତା ଗୁରୁବାର ଦଳ ଛାଡିବାକୁ ଘୋଷଣା କରିଥିଲେ। ଏଥି ସହିତ, ଗଣ ମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ଇମ୍ରାନଙ୍କୁ ଆଉ ଏକ ଝଟକା ଲାଗିପାରେ। ଅସଲରେ ଖାଁଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଥିବା ବାବର ଆୱାନ ପାର୍ଟିରେ ଚାଲିଥିବା ଅଶାନ୍ତି ମଧ୍ୟରେ ଲଣ୍ଡନ ଯାତ୍ରା କରିଛନ୍ତି। ତେବେ ଆୱାନ କହିଛନ୍ତି ଯେ ସେ ପୂର୍ବ ନିର୍ଦ୍ଧାରିତ ବ୍ୟକ୍ତିଗତ କାମ ପାଇଁ ଲଣ୍ଡନ ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କେତେଜଣ ବଡ ବଡ ନେତା ପିଟିଆଇରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ କହୁଛନ୍ତି ଆମେ ରାଜନୀତି ଛାଡିଦେବୁ।

Share