ଭୟଙ୍କର ବିସ୍ଫୋରଣ: ଗୋଟିଏ ପରିବାରର ୬ ମୃତ

ଇସଲାମାବାଦ,୧।୬: ପାକିସ୍ତାନର ପଞ୍ଜାବସ୍ଥିତ କୋଟ ଅଡ୍ଡୁ ଜିଲାରେ ଦୟା ଦିନ ପାନହା ଅଞ୍ଚଳରେ ଗୁରୁବାର ଏକ ଘରେ ବିସ୍ଫୋରଣ ଘଟିଛି। ଫଳରେ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ଘଟଣାକୁ ସୁନିଶ୍ଚିତ କରି ମୁଜାଫରଗଡ ଜିଲା ପୋଲିସ ଅଧିକାରୀ (ଡିପିଓ) ସେୟଦ ହସନେନ ହାଇଦର କହିଛନ୍ତି ଯେ, ସମସ୍ତ ମୃତ ବ୍ୟକ୍ତି ଏକ ପରିବାରର, ଯେଉଁମାନେ ଜଙ୍କ ବିକ୍ରୟ କରୁଥିଲେ। ସେ କହିଛନ୍ତି , ପରିବାର ଜଙ୍କକୁ ହଟାଉଥିବା ବେଳେ ହଠାତ୍‌ ବିସ୍ଫୋଣ ହୋଇଥିଲା।

Share