ନ୍ୟୁକ୍ଲିୟ ବୋମା-କୋରାନ ହାତରେ ଧରି ବିଶ୍ୱକୁ ଡରାଅ, ଭିକ ମାଗିବାର ଆବଶ୍ୟକତା ନାହିଁ

ଇସଲାମାବାଦ,୪ ।୨: ପାକିସ୍ତାନର ଆର୍ଥିକ ସଙ୍କଟ ସମସ୍ତଙ୍କୁ ଅବଗତ । ଦେଶ ଏମିତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚି ଗଲାଣି । ଦେଶରେ ମହଙ୍ଗା ମାଡ ଏତେ ହେଲାଣି ଯେ ସାଧାରଣ ଜନତା ପରସ୍ପର ମଧ୍ୟରେ ମାଡଗୋଳ ଆରମ୍ଭ କରି ଦେଲେଣି । ପାକିସ୍ତାନ ଏବେ ସାରା ଦେଶକୁ ସାହାଯ୍ୟ ମାଗୁଥିବା ବେଳେ ଦେଶରେ ଏବେବି ଏମିତି କେତେଜଣ ନେତା ରହିଛନ୍ତି ଯେଉଁମାନେ ସବୁ ଯିବା ପରେ ବି ବିଷ ଓଗାଳିବାରେ କୌଣସି ସୁଯୋଗ ଛାଡୁ ନାହାନ୍ତି ।
ପାକିସ୍ତାନ କଟ୍ଟରପନ୍ଥି ତହରିକ-ଏ-ଲବୈକର ଇସଲାମି ନେତା ଅମିର ହାଫିଜ ସାଦ ହୁସୈନ ରିଜବି ନିକଟରେ ଏକ ବୟାନ ଦେଇଛନ୍ତି, ଯେଉଁଥିରେ ସେ ବିଶ୍ୱକୁ ନ୍ୟୁକ୍ଲିୟର ବୋମା ଦେଖାଇ ଡରାଇବାକୁ କହୁଛନ୍ତି । ଅମିର ହାଫିଜ ତାଙ୍କ ବୟାନରେ କହୁଛନ୍ତି, ପାକିସ୍ତାନ ବିଶ୍ୱକୁ ଭୟ ଦେଖାଇ ତା’ର ଆବଶ୍ୟକତାକୁ ପୁରଣ କରିବା ଦରକାର ନା ଭିକ ମାଗିବା ଦରକାର । ଗତ ୪୮ ବର୍ଷର ମହଙ୍ଗା ମାଡର ରେକର୍ଡ ଭାଙ୍ଗିଥିବା ପାକିସ୍ତାନର ଏଭଳି ସ୍ଥିତି ସମୟରେ ହାଫିଜଙ୍କ ଏହି ବୟାନ ଚର୍ଚ୍ଚାର ବିଷୟ ହୋଇଛି । ଏବେ ପାକିସ୍ତାନ ପରିସ୍ଥିତି ଏମିତି ହୋଇଛି ଯେ ଶିଶୁମାନଙ୍କୁ କ୍ଷୀର ଟୋପାଏ ବି ମିଳିବା କଷ୍ଟକର ହୋଇଯାଉଛି ।
କଟ୍ଟରପନ୍ଥୀ ସମୁହ ତହରିକ-ଏ-ଲବୈକର ନେତା ଅମିର ହାଫିଜ ସାଦ ହୁସୈନ ତାଙ୍କ ବୟାନରେ କହିଛନ୍ତି, ଭିକ ମାଗିବା ପରିବର୍ତ୍ତେ ପାକିସ୍ତାନ ସରକାର ଓ ସେନା ଗୋଟିଏ ହାତରେ କୋରାନ ଓ ଅନ୍ୟ ହାତରେ ନ୍ୟୁକ୍ଲିୟର ବୋମା ନେଇ ବିଶ୍ୱକୁ ଭୟ ଦେଖାଇବା ଦରକାର ଓ ନିଜର ଆବଶ୍ୟକତା ପୁରଣ ହେଉଥିବା ଦେଖିବା ଦରକାର ।

Share