ଆଇଏମଏଫ ସର୍ତ୍ତ ଯୋଗୁ ସଙ୍କଟରେ ପାକିସ୍ତାନ ରେଲଓ୍ବେର ଆଧୁନିକୀକରଣ ପରିଯୋଜନା…

ଇସଲାମାବାଦ,୧୪।୧୦ : ସିପିଇସି ଅନ୍ତର୍ଗତ ପାକିସ୍ତାନର ପ୍ରମୁଖ ରେଲଓ୍ବେ ଆଧୁନିକୀକରଣ ପରିଯୋଜନାରେ ସଙ୍କଟ ଉପୁଜିଛି। ସ୍ଥାନୀୟ ମେଡିଆ ରିପୋର୍ଟ ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି।

ଦେଶର ପ୍ରମୁଖ ଖବରକାଗଜ ଅନୁସାରେ ମେନ ଲାଇନ-୧ ର ମରାମତି କରାଯିବ। ଏହି ରେଲଓ୍ବେ ପରିଯୋଜନାର ଆଧୁନିକିକରଣ ପାଇଁ ୧,୭୨୬ କିଲୋମିଟର ରେଲ ଲାଇନର ଆଧୁନିକିକରଣ କରାଯିବ। ଆଇଏମଏଫର ଅନୁମୋଦନ ଏବଂ ୬.୬୭ ବିଲିୟନ ଡଲାରର ଗ୍ବାରେଣ୍ଟି ଅର୍ଥମନ୍ତ୍ରଣାଳୟ କ୍ଷମତା ଉପରେ ନିର୍ଭରଶୀଳ।

ପରିଯୋଜନାର ୩୨ ପ୍ରତିଶତ ବଜେଟ କାଟ କରାଯାଇଛି। ଚାଇନା – ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ହେଉଛି ୨୦୧୩ଠାରୁ ପାକିସ୍ତାନରେ ନିର୍ମାଣାଧୀନ ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ପ୍ରକଳ୍ପର ସଂଗ୍ରହ ।
ଜୁନ ୩୦ ରେ ପାକିସ୍ତାନ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରୁ ୩ ବିଲିୟନ ଡଲାରର ବେଲ ଆଉଟ ପ୍ୟାକେଜ ପାଇଥିଲା, ଯାହା ପରେ ପ୍ରାୟ ୧.୨ ବିଲିୟନ ଡଲାରର ପ୍ରାରମ୍ଭିକ ଅଗ୍ରୀମ କିସ୍ତି ପ୍ରଦାନ କରିଥିଲା। ଋଣ ଭାରରେ ଥିବା ଦେଶ ବାହ୍ୟ ଦେୟ ପାଇଁ ଆଇଏମଏଫକୁ ଆଠ ବିଲିୟନ ଡଲାର ନିଶ୍ଚିତ କରିଛି।

ଜଣେ ବରିଷ୍ଠ ଅଧିକାରୀ ଗଣମାଧ୍ୟମାର ବୈବଟକ ଠକରେ କହିଛନ୍ତି ଆନୁମାନିକ ମୂଲ୍ୟ ୯.୮ ବିଲିୟନ ଡଲାରରେ ଏମଏଲ-୧ ପାଇଁ ଫ୍ରେମଓ୍ବାର୍କ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି, ଯାହା ପାଇଁ ଜାତୀୟ ଅର୍ଥନୈତିକ ପରିଷଦର କାର୍ଯ୍ୟନିର୍ବାହୀ କମିଟି ଦ୍ୱାରା ପିସି-୧ (ଯୋଜନା ଆୟୋଗର ଅନୁମୋଦନ) ଅନୁମୋଦନ ହୋଇଛି। ଅଗଷ୍ଟ ୨୦୨୦ରେ ଏହା ଅନୁମୋଦିତ ହୋଇଥିଲା।

ତେବେ ଇସଲାମାବାଦରେ ପ୍ରାଥମିକତା ଏବଂ ସରକା ର ବଦଳୁଥିବା ବେଳେ ଏହି ପ୍ରକଳ୍ପ ଉତଥାନ-ପତନ ଦେଇ ଗତି କରିଛି। ଏହି ପ୍ରକଳ୍ପର ମୂଲ୍ୟ ବର୍ତ୍ତମାନ ଉଭୟ ପକ୍ଷ ୬.୬୭ ବିଲିୟନ ଡ଼ଲାରରେ ସଂଶୋଧିତ ହୋଇଛି।
ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ସମ୍ମିଳନୀରେ ପାକିସ୍ତାନକୁ ପ୍ରତିନିଧିତ୍ୱ କରିବା ପାଇଁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାର୍‌ ଉଲ ହକ କକ୍କର ବେଜିଂ ଗସ୍ତରେ ଯିବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଉଭୟ ଦେଶ ଏକ ଆନୁଷ୍ଠାନିକ ଘୋଷଣା କରିବେ ଏବଂ ଫ୍ରେମୱାର୍କ ଚୁକ୍ତିରେ ସ୍ବାକ୍ଷର କରିବେ ବୋଲି ଆଶା କରାଯାଉଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

“ନିଷ୍ଠୁର ଅପରାଧ”: ପହଲଗାମ ଆତଙ୍କବାଦୀ ଆକ୍ରମଣ ଉପରେ ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ,୨୨।୪: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୁଃଖଦ ପରିଣାମ ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ସର୍ବକାଳୀନ ରେକର୍ଡ: ଲକ୍ଷେ ଟପିଗଲା ସୁନା, ଏବେ…

ନୂଆଦିଲ୍ଲୀ,୨୨।୪: ସୁନାର ସର୍ବକାଳୀନ ରେକର୍ଡ। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ସୁନାର ମୂଲ୍ୟ ୧ ଲକ୍ଷ ଟଙ୍କା ଅତିକ୍ରମ...

Delta ବିମାନରେ ଲାଗିଲା ନିଆଁ, ଏମରଜେନ୍ସି ସ୍ଲାଇଡସ୍‌ରେ ବାହାରିଲେ ଯାତ୍ରୀ

ଫ୍ଲୋରିଡା,୨୨।୪: ଆମେରିକାର ଅରଲାଣ୍ଡୋ ଅନ୍ତର୍ଜାତୀୟ ବିମାନବନ୍ଦରରେ Delta ଏୟାରଲାଇନ୍ସର ଏକ ବିମାନରେ ନିଆଁ ଲାଗିଯାଇଛି। ତଥାପି, ଅଗ୍ନିକାଣ୍ଡ ସମ୍ପର୍କରେ ସମୟୋଚିତ ସୂଚନା ପାଇବା ପରେ, ବିମାନରେ...

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ନରମିଲେ Russia ରାଷ୍ଟ୍ରପତି ପୁଟିନ

ମସ୍କୋ,୨୨।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଇରାନ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ସହଭାଗୀତା ଚୁକ୍ତିକୁ ଅନୁମୋଦନ କରିଛନ୍ତି। ପୂର୍ବରୁ, Russia ସଂସଦ ଏହି...

ବଢୁଛି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ, ଟ୍ରମ୍ପ ସରକାରଙ୍କ ମଧ୍ୟରେ ବିବାଦ

ଓ୍ବାଶିଂଟନ,୨୨।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଟ୍ରମ୍ପ ପ୍ରଶାସନ ହାର୍ଭାର୍ଡକୁ ୨.୨ ବିଲିୟନ ଡଲାରର ପାଣ୍ଠି...

କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍‌ସା ଦ୍ୱିଓ୍ବାନ୍‌ ସୋସାଇଟି (କେଡିଏସ୍‌) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର...

କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ...

୧୮ ବର୍ଷ ବୟସ ପୂର୍ବରୁ Instagram ବ୍ୟବହାର କରିବା ହେଲା କଷ୍ଟକର, Meta ନେଲା ଏହି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୪: ଆଜିକାଲି ସବୁ ବୟସର ଲୋକମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। କିନ୍ତୁ ଇନଷ୍ଟାଗ୍ରାମରେ ପିଲା ଏବଂ କିଶୋର ଉପଭୋକ୍ତାଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image