ଆଇଏମଏଫ ଋଣ ପାଇଁ ୧୯ ପ୍ରତିଶତ ସୁଧହାର ବୃଦ୍ଧି ଲାଗି ପ୍ରସ୍ତୁତ ପାକିସ୍ତାନ…

ଇସଲାମାବାଦ,୨୬।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ଦ୍ୱାରା ସ୍ଥିର ହୋଇଥିବା ଅନ୍ୟ ଏକ ସର୍ତ୍ତ ପୂରଣ ପାଇଁ ପାକିସ୍ତାନ ସରକାର ଧାର୍ଯ୍ୟ ସୁଧ ହାରକୁ ଦୁଇ ପ୍ରତିଶତ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ନୂତନ ନିଷ୍ପତ୍ତି ସହିତ ପାକିସ୍ତାନ ଆଇଏମଏଫର ୬.୫ ବିଲିୟନ ଆମେରିକୀୟ ଡଲାରର ବେଲଆଉଟ ପ୍ୟାକେଜର ଏକ ଅଂଶ ଭାବରେ ୧,୧ ବିଲିୟନ ଆମେରିକୀୟ ଡଲାରର ଗୁରୁତ୍ୱପୂର୍ଣ୍ଣ ପାଣ୍ଠି ପାଇବାକୁ ଆଶା ରଖିଛି। ଘରୋଇ ଋଣ ବଢ଼ାଇବା ପାଇଁ ସରକାର ନିଲାମରେ ଧାର୍ଯ୍ୟ କରାଯାଇଥିବା ହାରକୁ ଆଧାର କରି ସୁଧ ହାରରେ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।

ଦେଶର ଏକ ଅଗ୍ରଣୀ ଖବରକାଗଜର ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ସୁଧ ହାରକୁ ୧୯ ପ୍ରତିଶତକୁ ବୃଦ୍ଧି କରିବ। ଯାହା ଅକ୍ଟୋବରରେ ପୂର୍ବ ରେକର୍ଡ ତୁଳନାରେ ସାମାନ୍ୟ କମ ଅଟେ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ ଇସଲାମାବାଦ ଏବଂ ଆଇଏମଏଫ ସମୀକ୍ଷା ମିଶନ ମଧ୍ୟରେ ବୈଷୟିକ ସ୍ତରୀୟ ଆଲୋଚନା ହୋଇଥିଲା। ସେହି ଅନୁଯାୟୀ, ପାକିସ୍ତାନ ସୁଧ ହାରକୁ ଦୁଇ ପ୍ରତିଶତ ବୃଦ୍ଧି କରିବ ବୋଲି ଆଶା କରାଯାଉଥିବା ସୂତ୍ରରୁ ପ୍ରକାଶ। ତାଙ୍କ କହିବାନୁସାରେ, ପାୱାର ସେକ୍ଟରରେ କେତେକ ପ୍ରସଙ୍ଗରେ ପାକିସ୍ତାନ ସରକାର ଏବଂ ଆଇଏମଏଫ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ରହିଛି।

Share