ପାକିସ୍ତାନରେ ନିର୍ମାଣ ହେବ ମନ୍ଦିର, ପାଣ୍ଠି ଯୋଗାଇବେ ସରକାର

କରାଚୀ,୧ା୧- ପାକିସ୍ତାନର ଉତ୍ତରପଶ୍ଚିମ ପ୍ରଦେଶ ଖାଇବର ପାଖତୁଖ୍ବାରେ ଚଳିତ ସପ୍ତାହରେ ମୁସଲମାନ ଗୋଷ୍ଠୀ ଏକ ମନ୍ଦିରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଏହାକୁ କେନ୍ଦ୍ର କରି ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଘୋଷାଡ଼ି ଥିଲା ଭାରତ। ଏହାର ପ୍ରଭାବ ଏବେ ପାକିସ୍ତାନ ଉପରେ ପଡ଼ିଛି। ଉକ୍ତ ମନ୍ଦିରର ପୁନଃ ନିର୍ମାଣ କରିବାକୁ ଆବଶ୍ୟକୀୟ ପାଣ୍ଠି ଯୋଗାଇବେ ଖାବର ପାଖତୁଖ୍ବା ପ୍ରଦେଶ ସରକାର। ଏ ନେଇ ସ୍ଥାନୀୟ ମନ୍ତ୍ରୀ ଶୁକ୍ରବାର ସୂଚନା ଦେଇଛନ୍ତି।

ଏ ଘଟଣା ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦୁଃଖ ପ୍ରକାଶ କରିଥିଲେ। ଏହାପରେ ଶ୍ରୀ ପରମହଂଶ ଜୀ ମହାରାଜ ସମାଧି ମନ୍ଦିର ଭଙ୍ଗା ଘଟଣାରେ ପୋଲିସ ମୁସଲମାନ ଗୁରୁଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି।

Share