କରାଚି ଜେଲରୁ ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

ଇସଲାମାବାଦ,୯।୧୧: ପାକିସ୍ତାନ ସରକାର ଗୁରୁବାର ୮୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମାଲିର ଜେଲରୁ ମୁକ୍ତ କରିଛନ୍ତି। ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା କୁହାଯାଇଛି , ଭାରତୀୟ ମତ୍ସ୍ୟଜୀବୀମାନେ କଡ଼ା ସୁରକ୍ଷା ମଧ୍ୟରେ ଅଲ୍ଲାମା ଇକବାଲ ଏକ୍ସପ୍ରେସ ଟ୍ରେନରେ ବସାଯାଇଛି। ସେମାନେ ଶୁକ୍ରବାର ଲାହୋରରେ ପହଞ୍ଚିବେ। ଏହା ପରେ ସେମାନଙ୍କୁ ୱାଗା ସୀମାରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।ଭାରତୀୟ ମତ୍ସ୍ୟଜୀବୀଙ୍କ ପାଇଁ ଲାହୋରର ଯାତ୍ରାର ବ୍ୟବସ୍ଥା କରିଥିବା ଏଡି ୱେଲଫେୟାର ଟ୍ରଷ୍ଟର ଫୈସଲ ଏଡି କହିଛନ୍ତି ଯେ, ଭାରତୀୟ ମତ୍ସ୍ୟଜୀବୀମାନେ ଘରକୁ ଫେରିବାର ବିଶେଷ ଖୁସି ଅଛନ୍ତି। ସାମୁଦ୍ରିକ ସୀମା ଉଲ୍ଲଂଘନ କରି ପାକିସ୍ତାନ ଏବଂ ଭାରତ ନିୟମିତ ଭାବେ ପରସ୍ପରର ମତ୍ସ୍ୟଜୀବୀଙ୍କୁ ଗିରଫ କରନ୍ତି।

Share