ତୋଶାଖାନା ମାମଲାରେ କୋର୍ଟରେ ହାଜର ହେବାକୁ ଇମ୍ରାନ୍‌ଙ୍କୁ ମିଳିଲା ଗୋଟିଏ ଦିନ ଛୁଟି

ଇସଲାମାବାଦ,୬।୭: ପାକିସ୍ତାନର ଏକ କୋର୍ଟ ତୋଶାଖାନା ଦୁର୍ନୀତି ମାମଲାର ଶୁଣାଣି ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଗୋଟିଏ ଦିନ ଛୁଟି ପ୍ରଦାନ କରିଛନ୍ତି। ଏହି ମାମଲା ପାଇଁ ଶୁକ୍ରବାର ତାଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଇମ୍ରାନ୍‌ ଖାନ ଗୁରୁବାର ଇସଲାମାବାଦର ଅତିରିକ୍ତ ଜିଲା ଏବଂ ସେସନ୍ସ କୋର୍ଟରେ ହାଜର ହେବାର ଥିଲା। ତୋଶାଖାନା ପ୍ରସଙ୍ଗ ପାକିସ୍ତାନରେ ଏକ ଜାତୀୟ ପ୍ରସଙ୍ଗ ପାଲଟିଛି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ କ୍ରିକେଟରରୁ ରାଜନେତା ହୋଇଥିବା ଇମ୍ରାନ୍‌ ଖାନ ତୋଶାଖାନାର ଦାମୀ ଉପହାରକୁ ଅଳ୍ପ ମୂଲ୍ୟରେ କିଣି ନିଜ ଲାଭରେ ବିକ୍ରି କରିଥିବା ଅଭିଯୋଗ ହୋଇଛି।

Share