Advertisement

ବିନା ମାସ୍କରେ ରିପୋର୍ଟିଂ କରୁଥିଲେ ଖବରଦାତା, ଆଉ ତା’ପରେ

ଇସଲାମାବାଦ,୨୦।୭: ପାକିସ୍ତାନରେ କରୋନା କାୟା ବିସ୍ତାର କରିଛି। ଏହି ସମୟରେ ଜଣେ ଖବରଦାତା ବିନା ମାସ୍କରେ ରିପୋଟିଂ କରିବା ମହଙ୍ଗା ପଡିଛି। ଏକ ଘରୋଇ ଚ୍ୟାନେଲ ପାଇଁ କାମ କରୁଥିବା ଖବରଦାତା ଅଦନାମ ତାରିକ ପେଶାଓ୍ବାର ସହରରେ ଏକ ପେଟ୍ରୋଲ ପମ୍ପ ନିକଟରେ ରିପୋଟିଂ କରୁଥିବାବେଳେ ଜଣେ ବ୍ୟକ୍ତିଙ୍କୁ ପେଟ୍ରୋଲ ଦାମ ସହ ତୈଳ ଦଳ ମିଳୁ ନ ତବବା କଥା ପଚାରୁଥିଲେ। ଶେଷରେ ଉକ୍ତ ବ୍ୟକ୍ତି ଜଣଙ୍କ କହିଥିଲେ, ମୁଁ କରୋନା ପଜିଟିଭ୍‌। ବାଇକ୍‌ରେ ହସ୍ପିଟାଲ ଯାଉଛି ବୋଲି ସେ ଖବରଦାତାଙ୍କୁ କହିଥିଲେ। ଏହା ଶୁଣି ତାଙ୍କ ପାଦରୁ ମାଟି ଖସିଗଲା ପରି ସେ ଆଶ୍ଚର୍ଯ୍ୟ ହୋଇ ଚାହିଁି ରହିଥିଲେ। ବିନା ମାସ୍କରେ ରିପୋଟିଂ କରିବା ତାଙ୍କୁ ମହଙ୍ଗା ପଡିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share