Categories: ଜାତୀୟ

ଏଲଓସିରେ ୬ ଡ୍ରୋନ ଅପରେଟିଂ ସେଣ୍ଟର ଚଳାଉଛି ପାକିସ୍ତାନ

ଜଳନ୍ଧର,୧୨ ।୮: ପଞ୍ଜାବ ସୀମାରେ ପାକିସ୍ତାନକୁ ୬ ଡ୍ରୋନ ଅପରେଟିଂ ସେଣ୍ଟର ଚଳାଉଥିବା ସୂଚନା ମିଳିଛି । ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସର ଚୋରା କାରବାର ପାଇଁ ଚାଇନା ଓ ତୁର୍କିର ଅତ୍ୟାଧୁନିକ ଡ୍ରୋନର ବ୍ୟବହାର କରାଯାଉଛି । ଅନୁପ୍ରବେଶ ଓ ଚୋରା କାରବାର ପାଇଁ ପାକିସ୍ତାନର ଗୁଇନ୍ଦା ସୁରକ୍ଷା ଏଜେନ୍ସି ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା ଜଣାପଡିଛି । ପାକିସ୍ତାନ ନିକଟରେ ଏୟାର ଷ୍ଟ୍ରାଇକରେ ବ୍ୟବହାର କରାଯାଉଥିବା ବାୟରକଟାର ଟିବି-୨ ଡ୍ର୍ରୋନ୍ ଥିବା ଦେଖାଯାଇଛି ।

ପଞ୍ଜାବ ସୀମାରେ ଗତ ବର୍ଷେ ହେବ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଓ ନିଶା କାରବାର ପାଇଁ ଲାଗାତାର ଭାବେ ଡ୍ରୋନର ବ୍ୟବହାର କରୁଛି । ଅସ୍ତ୍ରଶସ୍ତ୍ରରୁ ନେଇ ହେରୋଇନ ପର୍ଯ୍ୟନ୍ତ ସବୁକିଛି ଡ୍ରୋନ୍ ମାଧ୍ୟମରେ ପଠାଯାଉଛି । ସୁରକ୍ଷା ଏଜେନ୍ସି ସହ ଜଡିତ ଉଚ୍ଚ ସ୍ତରୀୟ ସୂତ୍ରରୁ ପ୍ରକାଶ ପାକିସ୍ତାନ ପଞ୍ଜାବ ସୀମା ନିକଟରେ ୬ ଡ୍ରୋନ ଅପରେଟିଂ ସେଣ୍ଟର ପ୍ରସ୍ତୁତ କରି ରଖିଛି । ଏଠାରେ ଯେ କେଳବ ଡ୍ରୋନକୁ କଣ୍ଟ୍ରୋଲ କରିବାର ପ୍ରଶିକ୍ଷଣ ଦିଆଯାଉଛି ତା’ନୁହେଁ ବରଂ ଏହାକୁ ଲୋଡ କରାଯାଇ ଉଡାଯାଉଛି ।

Share