ଆଉ ଟେଲିଭିଜନ ପରଦାରେ ନଜର ଆସିବେ ନାହିଁ ଇମ୍ରାନ କିମ୍ବା ତାଙ୍କ ଦଳର କର୍ମୀ, ଚ୍ୟାନେଲ ପାଇଁ ଜାରି କରାଗଲା ନିୟମ

ଇସଲାମାବାଦ,୧।୬: ପାକିସ୍ତାନର ଇଲେକ୍ଟ୍ରନିକ ମିଡିଆ ଓ୍ବାଚଡଗ ଦେଶର ଟେଲିଭିଜନ ଚ୍ୟାନେଲକୁ କହିଛି, କୌଣସି ପ୍ରକାର ହିଂସା ଉପୁଜାଉଥିବା ଅପରାଧି ଓ ସେମାନଙ୍କ ସମର୍ଥକଙ୍କୁ ବହିଷ୍କାର କରାଯାଉ ଅର୍ଥାତ୍‌ ଟିଭି ପରଦାରେ ସେମାନଙ୍କ ପ୍ରସାରଣକୁ ବନ୍ଦ କରାଯାଉ। ଏହା ସହିତ ଟେଲିଭିଜନ ଚ୍ୟାନେଲଗୁଡିକ ମେ ୯ ହିଂସାର କୌଣସି ରାଜନୈତିକ ଦଳର କଟ୍ଟରପନ୍ଥୀଙ୍କୁ ଦେଖାଇବାକୁ ବାରଣ କରିବାକୁ ପରାମର୍ଶ ଦିଆଯାଇଛି। କୁହାଯାଉଛି କି ଏହି ମିଡିଆ ରିପୋର୍ଟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରାଯାଇଛି।

ପାକିସ୍ତାନ ଇଲେକ୍ଟ୍ରନିକ ମିଡିଆ ନିୟାମକ ପ୍ରାଧିକରଣ(ପିଇଏମଆରଏ) ବୁଧବାର ଏକ ଅଧିସୂଚନା ଜାରି କରିଛନ୍ତି। ଏଥିରେ ସମସ୍ତ ସାଟେଲାଇଟ ଟେଲିଭିଜନ ଚ୍ୟାନେଲ ଲାଇସେନ୍ସଧାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ସେମାନେ ସତର୍କ ରୁହନ୍ତୁ କୌଣସି ପ୍ରକାର ଘୃଣା ପ୍ରଚାର କରୁଥିବା ବ୍ୟକ୍ତି, ଅପରାଧି ଓ ସେମାନଙ୍କୁ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଅଜାଣତରେ ବି ପ୍ରେତ୍ସାହିତ ନ କରାଯାଉ।

Share