ମର୍ମନ୍ତୁଦ ସଡକ ଦୁର୍ଘଟଣା: ୮ ମୃତ

ଇସଲାମାବାଦ,୧୬।୯: ପାକିସ୍ତାନର ସାଦିକାବାଦରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସାଦିକାବାଦର ମୋଟରୱେ ଏମ୍‌-୫ ରାଜପଥରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା କାର ଦୁର୍ଘଟଣାର କାରଣ ହୋଇଥିବା ଜଣାଯାଇଛି।

ସୂଚନାନୁସାରେ, ଗୁଦ୍ଦୁ ଇଣ୍ଟରଚେଞ୍ଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରେ ବର, ମହିଳା ଏବଂ ଶିଶୁ ଅଛନ୍ତି। ଦୁର୍ଘଟଣା ପରେ ପୀଡିତାଙ୍କୁ ତୁରନ୍ତ ଶେଖ ଜାଇଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Share