Categories: ଜାତୀୟ

ନିର୍ବାଚନ ଫଳ ଆସିବା ପୂର୍ବରୁ ପାକିସ୍ତାନ କହିଲା, ମୋଦି ଜିତିଲେ…

ନୂଆଦିଲ୍ଲୀ,୪୬: ଚାଲିଛି ଲୋକସଭା ନିର୍ବାଚନ ଗଣତି| ହେଲେ ଫଳାଫଳ ଆସିବା ପୂର୍ବରୁ ଏକ୍ଜିଟ୍ ପୋଲରୁ ଜଣାପଡ଼ିଥିଲା ଯେ ଦେଶରେ ପୁଣିଥରେ ଭାଜପା ସରକାର ଗଠନ କରିପାରେ| ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି | ଏହାକୁ ନେଇ ପଡ଼ୋଶୀ ଦେଶ ପାକିସ୍ତାନରେ ଚର୍ଚ୍ଚା ଜୋର| ପାକିସ୍ତାନର ପୂର୍ବତନ ବିଦେଶ ସଚିବ ଏଜାଜ ଅହମ୍ମଦ ଚୌଧୁରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ମୋଦି ଚଳିତ ନିର୍ବାଚନରେ ପ୍ରଚଣ୍ଡ ବହୁମତ ସହ ପୁନର୍ବାର ପ୍ରଧାନମନ୍ତ୍ରୀ ହୁଅନ୍ତି ଏବଂ ଏନ୍ଡିଏକୁ ଦୁଇ ତୃତୀୟାଂଶ ଲୋକସଭା ଆସନ ମିଳିଯାଏ ତେବେ ଭାଜପାକୁ ସମ଼୍ବିଧାନ ସଂଶୋଧନ ପାଇଁ ସାମଥର୍ୟ ମିିଳିଯିବ| ଯଦି ଏପରି ହୁଏ ତେବେ ଭାଜପା ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାରେ ଲାଗିପଡ଼ିବ|

Share