ସାମ୍ନାକୁ ଆସିଲା ପାକିସ୍ତାନର ସତ, ମୋଦିଙ୍କୁ ଜଣାଇଲାନି ଶୁଭେଚ୍ଛା

ନୂଆଦିଲ୍ଲୀ, ୮/୬: ଲୋକସଭା ନିର୍ବାଚନରେ ଏନ୍‌ଡିଏ ବିଜୟୀ ହେବା ପରେ ସାରା ବିଶ଼୍ବର ନେତା ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହେଲେ ପଡ଼ୋଶୀ ଦେଶ ପାକିସ୍ତାନ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ। ବର୍ତ୍ତମାନ ଏହାକୁ ନେଇ ପାକିସ୍ତାନର ଏକ ବୟାନ ସାମ୍ନାକୁ ଆସିଛି। ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଭାରତ ସହିତ ଭଲ ସମ୍ପର୍କ ଏବଂ ସହଯୋଗ ରଖିବାକୁ ଆମେ ଚାହୁଁଛୁ। କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ କରାଯିବା ଦରକାର। ପାକିସ୍ତାନର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମୁମତାଜ ଜହରା ବଲୋଚ ଏନେଇ କହିଛନ୍ତି ଯେ, ନିଜ ନେତା ଚୟନ କରିବାର ଅଧିକାର ଭାରତର ଲୋକଙ୍କ ପାଖରେ ରହିଛି । ସେମାନେ କେଉଁ ସରକାର ଭଲ ସେ ନେଇ ବିଚାର କରି ମତଦାନ କରିଛନ୍ତି ।

କହିରଖୁଛୁ ଯେ ଲୋକସଭା ନିର୍ବାଚନରେ ଏନ୍‌ଡିଏ ୨୯୩ ଆସନ ଜିତିଛି । ତେଣୁ ଆସନ୍ତା ୯ ତାରିଖ ଦିନ ଦଳ ସରକାର ଗଠନ କରିବାକୁ ଯାଉଛି ଏବଂ ନରେନ୍ଦ୍ର ମୋଦି ପୁଣିଥିରେ ପ୍ରଧାନମନ୍ତ୍ରୀ ଭାବେ ରାଷ୍ଚପତି ଭବନରେ ଶପଥ ନେବେ । ଏଥିପାଇଁ ପଡ଼ୋଶୀ ଦେଶର ନେତାମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କା, ନେପାଳ ଆଦି ଦେଶର ନେତା ନୂଆଦିଲ୍ଲୀ ପହଞ୍ଚିବା ନେଇ ଆଶା କରାଯାଉଛି । ଏହି ଶପଥ ସମାରୋହରେ ପାଖିପାଖି ୮ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି ।

Share