ଖେବର ପାଖ୍ଟନଖୱାରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ

ଇସଲାମାବାଦ,୨୨।୯: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ସର୍ଚ୍ଚ ଅପରେଶନରେ ଯବାନଙ୍କୁ ବଡ ସଫଳତା ମିଳିଛି। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୫ ଜଣ ଆତଙ୍କବାଦୀଙ୍କୁ ସେନା କର୍ମଚାରୀ ଗିରଫ କରିଛନ୍ତି। ଏହି ଅପରେଶନ ସମ୍ପର୍କରେ ସୂଚନା ଦେଇ ସେନା କହିଛି, ପ୍ରଥମ ଅପରେଶନ ବନ୍ନୁ ଜିଲାର ଜନି ଖେଲ ଅଞ୍ଚଳରେ କରାଯାଇଥିଲା।

ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୫ ଜଣଙ୍କୁ ଗିରଫ କରାଯାଇଛି। ସେନାର ମିଡିଆ ଏଜେନ୍ସି ଅନୁଯାୟୀ, ଗୁଳି ବିନିମୟରେ ନିହତ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ବିରୋଧରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଥିଲେ। ଏଥିରେ ଗତ ମାସରେ ଜନି ଖେଲରେ ଏକ ସାମରିକ କନଭେ ଉପରେ ଆକ୍ରମଣ ମାମଲା ମଧ୍ୟ ସାମିଲ, ଯେଉଁଥିରେ ସୁରକ୍ଷା ବାହିନୀର ୯ ଜଣ ଯବାନ ଶହୀଦ ହୋଇଥିଲେ।

 

Share