ପେଶାୱର ଆତଙ୍କବାଦୀ ଆକ୍ରମଣ ପରେ ପାକ୍ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ୧୨ ଆତଙ୍କବାଦୀ ନିହତ

ଇସଲାମାବାଦ,୯ ।୨: ପାକିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ବୃଦ୍ଧିକୁ ଦେଖି ସୁରକ୍ଷାକର୍ମୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି । ସୁରକ୍ଷାକର୍ମୀ ବୁଧବାର ଦେଶର ଅଶାନ୍ତ ପଶ୍ଚିମୋତ୍ତର ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି)ର ୧୨ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।
ଆତଙ୍କବାଦୀ ନିରୋଧକ ବିଭାଗ(ସିଟିଡି)ର ଅଧିକାରୀମାନେ କହିଛନ୍ତି, ଦକ୍ଷିଣ ୱଜିରସ୍ତାନର ସୀମାକୁ ଲାଗି ରହିଥିବା ଖେବର ପଖତୁନଖ୍ୱା ଅଞ୍ଚଳରେ ଲକ୍କି ମରୱତ ଜିଲାରେ ଅପରେଶନ ସମୟରେ ଆତଙ୍କବାଦୀଙ୍କ ଗାଡ଼ିକୁ ଟାର୍ଗେଟ କରାଯାଇଥିଲା । ଟିଟିପିର ଅଜହରୁଦ୍ଦିନ ସମୁହର ଆତଙ୍କବାଦୀଙ୍କୁ ସିଟିଡି ଟିମ ଦ୍ୱାରା ସେତେବେଳେ ଅଟକାଇ ଦିଆଯାଇଥିଲା, ଯେତେବେଳେ ସେମାନେ ନିକଟବର୍ତ୍ତି ଟାଂକ ଜିଲା ଆଡକୁ ପଳାୟନ କରୁଥିଲେ ଓ ପରେ ହୋଇଥିବା ଗୁଳିକାଣ୍ଡରେ ୧୨ ଆତଙ୍କବାଦୀ ନିହତ ହୋଇଥିଲେ ।
ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୋଳା ବାରୁଦ ଓ ଆଫଗାନ ମୁଦ୍ରା ଜବତ କରାଯାଇଛି । ଅଧିକାରୀମାନେ କହିଛନ୍ତି କି ଟିଟିପି ଭଳି ଆତଙ୍କବାଦୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ବୃଦ୍ଧି କରିବାକୁ ସରକାରଙ୍‌କ ନିଷ୍ପତ୍ତି ମଧ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗୁଇନ୍ଦା ତଥ୍ୟ ଆଧାରରେ କରାଯାଇଛି ।

Share