ସେନା ଅଧିନିୟମ ସଂଶୋଧନକୁ ମଞ୍ଜୁରୀ ଦେଲା ସିନେଟ

ଇସଲାମାବାଦ,୨୭।୭: ପାକିସ୍ତାନ ସିନେଟ ଗୁରୁବାର ପାକିସ୍ତାନୀ ସେନା ଅଧିନିୟମ, ୧୯୫୨ରେ ସଂଶୋଧନ ପାଇଁ ଏକ ବିଲ ପାସ୍‌ କରିଛି। ଯିଏ ଦେଶର ସୁରକ୍ଷା ଏବଂ ସେନାବାହିନୀ ବିଷୟରେ ସମ୍ବେଦନଶୀଳ ସୂଚନା ପ୍ରକାଶ କରେ, ସେଥିରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ବ୍ୟବସ୍ଥା ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ଗୁପ୍ତ ଦଲିଲ’ ପ୍ରସଙ୍ଗରେ ଦୋଷୀ ସାବ୍ୟସ୍ତ କରିବାକୁ ସରକାରଙ୍କ ଉଦ୍ୟମ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ପାକିସ୍ତାନ ସେନା (ସଂଶୋଧନ) ଅଧିନିୟମ, ୨୦୨୩ ବିଲ ପ୍ରଣୟନ କରିଛନ୍ତି।

ପ୍ରସ୍ତାବିତ ବିଲରେ କୁହାଯାଇଛି ଯେ ପାକିସ୍ତାନର ସୁରକ୍ଷା ତଥା ଲାଭ ପାଇଁ ସରକାରୀ କ୍ଷମତା ପ୍ରାପ୍ତ ତଥ୍ୟର ଅନଧିକୃତ ତଥ୍ୟ ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବ। ଏଥିରେ ଦର୍ଶାଯାଇଛି ଯେ ସେନା ମୁଖ୍ୟ କିମ୍ବା ପ୍ରାଧିକୃତ ଅଧିକାରୀଙ୍କ ଅନୁମତି କ୍ରମେ ଏହି ତଥ୍ୟ ପ୍ରକାଶ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯିବ ନାହିଁ।

Share