୫୩୧ ଶରଣାର୍ଥୀଙ୍କୁ ଆଫଗାନିସ୍ତାନ ପଠାଇଲା ପାକିସ୍ତାନ…

ଇସଲାମାବାଦ,୧୪।୬ : ପାକିସ୍ତାନ ମହିଳା ଏବଂ ଶିଶୁଙ୍କ ସମେତ ୫୩୧ ଶରଣାର୍ଥୀଙ୍କୁ ଆଫଗାନିସ୍ତାନକୁ ଫେରାଇ ଦେଇଛି। ତାଲିବାନ ନେତୃତ୍ୱାଧୀନ ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ ଏ ସମ୍ପର୍କରେ ଆଫଗାନିସ୍ତାନର ଗଣମାଧ୍ୟମ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ନେତୃତ୍ୱାଧୀନ ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ ଏକ ଟୁଇଟରେ କହିଛି ଆଫଗାନିସ୍ତାନ ଶରଣାର୍ଥୀମାନେ ଦକ୍ଷିଣ କାନ୍ଦାହାର ପ୍ରଦେଶର ସ୍ପିନ ବୋଲଡାକ କ୍ରସିଂ ପଏଣ୍ଟ ଦେଇ ଆଫଗାନିସ୍ତାନରେ ପହଞ୍ଚିଛନ୍ତି। ରିପୋର୍ଟରେ କୁହାଯାଇଛି ତାଲିବାନ ଅଗଷ୍ଟ ୨୦୨୧ ରେ କ୍ଷମତାକୁ ଆସିବା ପରେ ହଜାରେ ରୁ ଅଧିକ ଲୋକ ପାକିସ୍ତାନ ଏବଂ ଇରାନ ଭଳି ପଡୋଶୀ ଦେଶରେ ପ୍ରବେଶ କରି ନିରାପତ୍ତା ତଥା ଚାକିରି ସୁଯୋଗ ଖୋଜିଥିଲେ। ଗତ କିଛି ମାସ ମଧ୍ୟରେ, ତାଲିବାନର ଅଧିକାରୀମାନେ ହଜାର ହଜାର ଆଫଗାନିସ୍ତାନ ଶରଣାର୍ଥୀ ଇରାନ ଏବଂ ତୁର୍କୀରୁ ସ୍ବେଚ୍ଛାକୃତ ଭାବେ ଦେଶକୁ ଫେରୁଥିବା ସୂଚନା ଦେଇଛନ୍ତି।

ଇସଲାମାବାଦ, ରାୱଲପିଣ୍ଡି ଏବଂ ଅନ୍ୟାନ୍ୟ ପ୍ରମୁଖ ସହରରୁ ଆଇନଗତ ରହିବା ଅନୁମତି (ଭିଜା) ପାଇବାରେ ବିଫଳ ହୋଇଥିବାରୁ ପାକିସ୍ତାନୀ ପୋଲିସ ଶହ ଶହ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛି। ପାକିସ୍ତାନ ଏବଂ ଇରାନ କ୍ରମାଗତ ଭାବରେ ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ବନ୍ଦୀ କରି ରଖିଛନ୍ତି। ବର୍ଷ ବର୍ଷ ଧରି ମାନବିକ ସଙ୍କଟ ଏବଂ ଅର୍ଥନୈତିକ ଆହ୍ବାନ ଆଫଗାନିସ୍ତାନର ନାଗରିକଙ୍କୁ ପଡୋଶୀ ଦେଶକୁ ପଳାଇବାକୁ ବାଧ୍ୟ କରିଛି।

Share